ଅଞ୍ଚଳର ବିକାଶରେ ସାମ୍ବାଦିକ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପକଣ୍ଠ ବାଗବର ଆମ୍ବ ତୋଟାରେ ସାମ୍ବାଦିକଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନି ବ୍ଲକର ସାମ୍ବାଦିକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ନିଜ ବକ୍ତବ୍ୟରେ ଅଂଚଳର ସାମ୍ବାଦିକଙ୍କ କାର୍ଯ୍ୟଶୈଳି କୁ ପ୍ରଶଂସା କରିଥିଲେ।ସାମ୍ବାଦିକମାନେ ହେଉଛନ୍ତି ସମାଜର ଜାଗ୍ରତ ପ୍ରହରୀ। ଅଂଚଳରେ ହେଉଥିବା ଦୁର୍ନିତି ବିରୋଧରେ ଲୋକଲୋଚନକୁ ଆଣିବା ସହିତ ବିଭିନ୍ନ ସଫଳତା କୁ ଲୋକାଲୋଚନକୁ ଆଣିବାକୁ କହିଥିଲେ।
ଅଂଚଳର ବିକାଶରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ବୀର ମହାରାଜପୁର ନିର୍ବାଚନ ମଣ୍ଡଳୀର ବିନିକା, ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକରେ କାର୍ଯ୍ୟରତ ଉଭୟ ଇଲୋକ୍ଟ୍ରୋନିକ୍ସ ଏବଂ ପ୍ରିଂଟ ମିଡିଆର ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମ୍ବାଦିକମାନେ ନିଜ ନିଜ ମତ ପ୍ରଦାନ କରିଥିଲେ । ଏହି ଅବସରରେ ନିମନ୍ତ୍ରିତ ସମସ୍ତ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସର୍ବପ୍ରଥମେ ଉପଢୌକନ ଦେଇ ବ୍ଲକ ଉପାଧ୍ୟକ୍ଷ ମସ୍ୱର୍ଦ୍ଧିତ କରିଥିଲେ । ପରେ ପରେ ବୀମରହାରାଜପୁର ନିର୍ବାଚନ ମଣ୍ଡଳୀର ସାମଗ୍ରୀକ ଉନ୍ନତି ପାଇଁ ସାମ୍ବାଦିକଙ୍କ କର୍ତ୍ତବ୍ୟକୁ ପ୍ରଂଶସା କରିଥିଲେ । ଏହି ଅବସର ରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ସେ ବିଜେଡି ଦଳରୁ ବୀରମହାରାଜପୁରର ପ୍ରାର୍ଥୀ ହେବାପାଇ ଦଳପାଖରେ ଆବେଦନ କରିବେ ବୋଲି କହିବା ସହ ସେନେଇ ମଧ୍ୟ ସାମ୍ବାଦିକମାନେ ସହଯୋଗର ହାତ ବଢାଇବାକୁ ସେ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ତିନିଗୋଟି ବ୍ଲକରୁ ୩୦ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଯୋଗଦେଇଥିଲେ ।