Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନରସିଂହ ଚୌଧୁରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ

ପ୍ରକାଶ ପାଇଲା ଯାଜପୁର ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ। ମହାବିଦ୍ୟାଳୟରେ ମୋଟ ୪୮୬ ପରୀକ୍ଷାର୍ଥୀ ଥିବା ବେଳେ ୮୧ ପ୍ରତିଶତ ପାସ ହାର ରହିଛି। ପ୍ରାଣୀ ବିଜ୍ଞାନ ବିଭାଗର ସଂପୂର୍ଣା ସାମଲ ମୋଟ ୨୩୯୬ ନମ୍ବର ରଖି ଶ୍ରେଷ୍ଠ ସ୍ନାତକ ସ୍ଥାନ ଅଧିକାର କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାସ । ଯାଜପୁର ସର୍କିଟ ହାଉସରେ ନରସିଂହ ଚୌଧୁରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏଥିରେ ଅଧ୍ୟକ୍ଷଙ୍କ ସମେତ ଆଲୁମୁନି ଆସୋସିଏସନର କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି ସ୍ନାତକ ସହ ବିବିଏ ଓ ବିସିଏର ପରୀକ୍ଷା ଫଳ ଘୋଷଣା କରିଥିଲେ। ଏହି ଅବସରରେ ଆଗାମୀ ଦିନରେ ଗ୍ରାଜୁଏସନ ସେରିମୋନି ମାଧ୍ୟମରେ ସମସ୍ତ ବିଭାଗର ଟପ୍ପର ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ସ୍ଥିର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ