ଯାଜପୁର ବୈତରଣୀ ନଦୀର ଦଶାଶ୍ଵମେଧ ଘାଟରେ ବିଜେପି ପକ୍ଷରୁ ବାହାନଗା ଠାରେ ମୃତ୍ୟୁ ବରଣ କରିଥିବା ରେଳ ଯାତ୍ରୀ ଏବଂ ଯାଜପୁର ରୋଡ଼ ଠାରେ ମୃତ୍ୟୁବରଣ କରିଥିବା ୬ଜଣ ଶ୍ରମିକଙ୍କ ଅମର ଆତ୍ମାର ସଦଗତି ପାଇଁ ତିଳତର୍ପଣ କରାଯାଇଛି। ଜିଲା ବିଜେପି ସଭାପତି ଗୌତମ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ମନୋଜ ମହାପାତ୍ର, ରାଜ୍ୟସଭା ସାଂସଦ ତଥା ଉପ ପ୍ରଭାରୀ ବିଜୟ ପାଲ ସିଂ ତମାର,ର ାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ।