Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳବୈଶାଖୀର କରାଳ ରୂପ; ବଜ୍ରାଘାତରେ ଜଳିଗଲା ୨ ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଚିକଣା ଗ୍ରାମରେ ଗତ କାଲି ରାତିରେ ବଜ୍ରାଘାତରେ ଜଗବନ୍ଧୁ ପାତ୍ରଙ୍କ ୨ବଖରା ଘର ସମ୍ପୂର୍ଣ ପୋଡ଼ିଯିବା ସହ ସ୍ଥାନୀୟ ଅଂଚଳରେ ଗଛ ପଡ଼ି ଏକ ଦୋକାନ ସମ୍ପୂର୍ଣ ଭାଙ୍ଗି ଯାଇଥିଲା । ଦୋକାନ ଭିତରେ ସମ୍ପୃକ୍ତ ଦୋକାନୀ ଘଟଣା ସମୟରେ ଥିଲେ ସୁଦ୍ଧା ଅଳ୍ପକେ ବର୍ତି ଯାଇଛନ୍ତି । ଖବର ପାଇ ବିଂଝାରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରି ଥିଲେ ହେଁ ସେତେ ବେଳକୁ ୨ବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଥିଲା। ସ୍ଥାନୀୟ ଆରଆଇ ଆଜି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ତେବେ ଏହି ପରିବାରକୁ ସମସ୍ତ ସରକାରୀ ସହାୟତା ଓ ଘର ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ