ଭଞ୍ଜନଗର ରକ୍ତଭଣ୍ଡାର ଦ୍ଵାରା ସେର୍ଚ୍ଛାକୃତ ରକ୍ତଦାତା ଦିବ୍ୟରଞ୍ଜନ ସମ୍ମାନିତ


ବେଲଗୁଣ୍ଠା: ଆଜି ସ୍ଵେଚ୍ଛାକୃତ ବିଶ୍ୱ ରକ୍ତଦାତା ଦିବସ ଅବସରରେ ଭଞ୍ଜନଗର ରକ୍ତଭଣ୍ଡାର ତରଫରୁ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ମାନୀତ କରାଯିବାର କାର୍ଯ୍ୟକ୍ରମ ରହିଥିଲା I ଏହି ଅବସରରେ ବେଲଗୁଣ୍ଠା ସହରର ଦୁଇ ନମ୍ବର୍ କାଉନସିଲର୍ ତଥା ଯୁବ ସମାଜସେବୀ ଦିବ୍ୟ ରଞ୍ଜନ ଦାଶଙ୍କୁ ସ୍ଵେଚ୍ଛାକୃତ ରକ୍ତଦାନ ପାଇଁ ସମ୍ମାନୀତ କରାଯାଇଥିଲା I ପ୍ରକାଶ ଥାଉକି ଦିବ୍ୟରଞ୍ଜନ ବୟସ 28 ବର୍ଷ ହୋଇଥିବା ବେଳେ ସେ 30 ଥର ରକ୍ତଦାନ କରିସାରିଲେଣି I ଆଜି ଭଞ୍ଜନଗର ରକ୍ତଭଣ୍ଡାର ତରଫରୁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ଏଥିରେ ମୁଖ୍ୟ ଅତିଥି ରୂପେ ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ଗୋବିନ୍ଦ ବିଶ୍ୱାସ ଯୋଗ ଦେଇ ଦିବ୍ୟ ରଞ୍ଜନଙ୍କୁ ଉପଢ଼ୌକନ, ମାନପତ୍ର ଏବଂ ଉପହାର ପ୍ରଦାନ ପୂର୍ବକ ସମ୍ମାନୀତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ I ଅଧିକ ନୂତନ ରକ୍ତଦାତା ସୃଷ୍ଟି ସହିତ ସୁସ୍ଥ ଥିବା ପର୍ଯ୍ୟନ୍ତ ରକ୍ତଦାନ କରିବାପାଇଁ ଡ଼ାକ୍ତର ବିଶ୍ଵାସ ଆହ୍ୱାନ କରିଥିଲେ I ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ , ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବିପଦର ବନ୍ଧୁ ସଂଗଠନ ସଭାପତି, ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଜୟକୃଷ୍ଣ ପଟ୍ଟନାୟକ,ବରିଷ୍ଠ ଲ୍ଯାବ୍ ଟେକ୍ନିସିଆନ୍ ସୁରେନ୍ଦ୍ର ମହାପାତ୍ର ପ୍ରମୁଖ ଊପସ୍ଥିତ ରହି ସ୍ଵେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ଅନ୍ୟ ସାତ ଜଣ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ I ରକ୍ତଭଣ୍ଡାର ସଂଯୋଜକ ବିପିନ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହାୟକ କେନ୍ଦ୍ର ପରିଚାଳକ ନାରାୟଣ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I