Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡ୍ରେନେଜ ସମସ୍ୟା ନେଇ ରାଜପଥ ଅବରୋଧ

ଯାଜପୁର: ଦଶରଥପୁର ବ୍ଳକ ରାମବାଗ ଛକରେ ଡ୍ରେନେଜ ସମସ୍ୟା ନେଇ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ| ଫଳରେ ଯାଜପୁର ମଙ୍ଗଳପୁର ମୁଖ୍ୟ ରାସ୍ତାରେ ଚଳାଚଳ ସମ୍ପୂର୍ଣ ଭାବେ ଠପ ହୋଇଛି। ଦୀର୍ଘ ଦିନ ହେବ ସାମାନ୍ୟ ବର୍ଷା ହେଲେ ଡ୍ରେନେଜ ଅବ୍ୟବସ୍ଥା ପାଇଁ ରାସ୍ତାରେ ପାଣି ଜମିରହୁଛି। ଫଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ରାଜରାସ୍ତା ଅବରୋଧ କରି ସ୍ଥାନୀୟ ଅଞ୍ଚଳବାସୀ ମାନେ ଧରଣା ଦେଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଆନ୍ଦୋଳନକାରୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ନିର୍ଭର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ