Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଯାଜପୁର: ଯାଜପୁର ଥାନା ଅନ୍ତଗତ ଆଙ୍କୁଲା ଗ୍ରାମରେ ଯୌତୁକ ପାଇଁ ରିଙ୍କି ଜେନାଙ୍କୁ ଶାଶୁ ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି l ମକୁନ୍ଦ ଜେନାଙ୍କ ଝିଅ ରିଙ୍କି ଜେନାଙ୍କୁ ଆଙ୍କୁଲା ଅଂଚଳ ଗଜେନ୍ଦ୍ର ଯେନାଙ୍କ ପୁଅ ଗଣେଶ ଜେନାଙ୍କୁ ୨ ବର୍ଷ ହେବ ବିବାହ କରିଥିଲେ l ଗତ କାଲି ରିଙ୍କି ବିଷପିଇଥିବା ଶାଶୁଘର ପକ୍ଷରୁ ପରିବାର ଲୋକଙ୍କୁ ଜଣାଇଥିଲେ l ବାପ ଘର ଲୋକ ପହଂଚି ତାଙ୍କ ଝିଅ ଯାଜପୁର ମୁଖ୍ୟଚିକିତ୍ସାଳୟରେ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଗୋଷଣା କରିଥିଲେl ଘଟଣା ସ୍ଥଳରେ ଯାଜପୁର ପୋଲିସ ପହଂଚି ସବୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି l ଅନ୍ୟପଟେ ରିଙ୍କି ଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ l ଏହି ଘଟଣା ରେ ରିଙ୍କି ଙ୍କୁ ହତ୍ୟା କରାଯାଇନଥିବା ଖଣ୍ଡନ କରିଛନ୍ତି ଶାଶୁ ଘର ଲୋକେ l ଘଟଣାରେ ପୁଲିସ ରିଙ୍କିଙ୍କ ସ୍ବାମୀଙ୍କୁ ଅଟକ ରଖିଛି।