Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିରୁହାଁ ପଞ୍ଚାୟତ କାର୍ଯ୍ୟାଳୟ ରାସ୍ତାରେ ବାଡ଼

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରୁହାଁ ପଞ୍ଚାୟତର ନୂତନ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ୨0୧୯ ମସିହା ଜାନୁଆରୀ ୧ ତାରିଖରେ ସମସ୍ତ ଭିତ୍ତିଭୂମି ଯାଞ୍ଚ ପରେ ବିଞ୍ଝାରପୁର ବିଧାୟିକା ତଥା ବର୍ତ୍ତମାନର ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକ ନୂତନ ପଞ୍ଚାୟତ ଅଫିସ ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପୁନର୍ବାର ଉକ୍ତ ନୂତନ ପଞ୍ଚାୟତ ଗୃହକୁ ବର୍ତ୍ତମାନର ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା | ଆଜି ପର୍ଯ୍ୟନ୍ତ ପ୍ରାୟ ୨ ବର୍ଷ ହେବ ଉକ୍ତ ନୂତନ ଗୃହରେ ପଞ୍ଚାୟତର ସମସ୍ତ କାର୍ଯ୍ୟ ହୋଇ ଆସୁଅଛି | ୨୨ ତାରିଖ ଗୁରୁବାର ଦିନ ପଞ୍ଚାୟତର ସରପଞ୍ଚ ସୁବାଷ ଚନ୍ଦ୍ର ଦେବତା ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ପଞ୍ଚାୟତର ସମସ୍ତ କାର୍ଯ୍ୟ ସାରି ସନ୍ଧ୍ୟାରେ ଘରକୁ ଯିବା ପରେ କିଛି ଲୋକ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାକୁ ଅବରୋଧ କରି ବାଉଁଶ ଓ ସିମେଣ୍ଟ ଖୁଣ୍ଟ ଦ୍ୱାରା ବାଡ଼ ବୁଜିଥିଲେ | ଏସମ୍ପର୍କରେ ଖବର ପାଇଁ ସରପଞ୍ଚ ସୁବାଷ ଚନ୍ଦ୍ର ଦେବତା ସଙ୍ଗେ ସଙ୍ଗେ ଦଶରଥପୁର ଥାନାର ଆଇଆଇସି, ଦଶରଥପୁର ତହସିଲଦାର ଓ ଦଶରଥପୁର ବ୍ଲକର ବିଡ଼ିଓଙ୍କୁ ଫୋନ ଯୋଗେ ଜଣେଇ ଥିଲେ | ଶୁକ୍ରବାର ସକାଳୁ ସରପଞ୍ଚ ଘଟଣା ସ୍ଥଳରେ ପହଞ୍ଚିବା ପରେ ବାଡ଼ବୁଜା ହୋଇ ରାସ୍ତା ବନ୍ଦ ଥିବା ଦେଖିବା ପରେ ଦଶରଥପୁର ବ୍ଲକର ବିଡ଼ିଓ ଓ ଦଶରଥପୁର ତହସିଲଦାରଙ୍କୁ ଲିଖିତ ଭାବେ ଜଣେଇ ଥିଲେ | ଅଭିଯୋଗ ପାଇ ସ୍ଥାନୀୟ ମନ୍ଦାରଖଣ୍ଡ ଆରଆଇ ଓ ଦଶରଥପୁର ଥାନାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅବରୋଧକାରି ମାନଙ୍କୁ ବାଡ଼ ଉଠେଇ ଦେବାପାଇଁ କହିଥିଲେ | କିଛି ଲୋକ ନିଜର ବ୍ୟକ୍ତିଗତ ଜାଗା ଦର୍ଶାଇ ଏହାକୁ ଅବରୋଧ କରିବା ସହ ପଞ୍ଚାୟତର ଯାତାୟାତ ରାସ୍ତାକୁ ବନ୍ଦ କରିଦେଇଥିବାରୁ ପଞ୍ଚାୟତ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା |

ସେହିପରି ମୁଖ୍ୟ ରାସ୍ତା ଠାରୁ ପଞ୍ଚାୟତ ଅଫିସ ପର୍ଯ୍ୟନ୍ତ ରାସ୍ତାଟି ମନରେଗା ଯୋଜନାରେ ପୂର୍ବରୁ କାର୍ଯ୍ୟ ହୋଇ ମାଟି ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି | ଯେଉଁ ମାନେ ଆଜି ଉକ୍ତ ପଞ୍ଚାୟତ ଅଫିସ ରାସ୍ତାରେ ବାଡ଼ ବୁଜି ରାସ୍ତା ଅବରୋଧ କରିଛନ୍ତି ସେମାନେ ଚାରିବର୍ଷ ହେଲା କାହିଁକି ଚୁପ ବସିଥିଲେ | ଜଦି ସେମାନଙ୍କର ଯାଗା ରହିଛି ତେବେ ସେମାନେ ସରପଞ୍ଚଙ୍କୁ ଜଣେଇ ମାପ ଚୁପ କରି ନିଜର ଯାଗା ଚି଼ହ୍ନଟ ନକରି ଏଭଳି ତରବରିଆ ଭାବେ ହଟାତ ବାଡ଼ ବସେଇବା ପଛରେ କି କାରଣ ରହିଛି ବୋଲି ଏବେ ସାଧାରଣରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ଏଠାରେ ପ୍ରକାଶ ଥାଉକି ଆଜି ସକାଳୁ ସକାଳୁ ବୃଦ୍ଧ ବୃଦ୍ଧା ମାନେ ଭତ୍ତା ନେବାପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିବା ବେଳେ ପଞ୍ଚାୟତ ଅଫିସ କାର୍ଯ୍ୟାଳୟକୁ ବାଡ଼ ବୁଜାଯାଇ ବନ୍ଦ ରଖା ଯାଇଥିବାରୁ ସେମାନେ ଭତ୍ତା ଟଙ୍କା ନେଇ ନପାରି ଫେରିଯାଇଥିବା ଦେଖିବାକୁ ମିଳିଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ