Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ୍ ଡିକି ରୁ 40 ହଜାର ଟଙ୍କା ଲୁଟ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ସଦର ବିଡିସିସି ବ୍ଯାଙ୍କ ନିକଟରୁ ବାଇକ ଡିକିରୁ ୪୦ ହଜାର ଟଙ୍କା ଚୋରୀ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ ପିପଲକଟା ଗ୍ରାମର ନନ୍ଦିନୀ ପଧାନ ତାଙ୍କ ସ୍ବାମୀ ମାଖନୁ ପଧାନ ଙ୍କ ସହିତ ଆଜି ଦିନ ୧୧ ଘଣ୍ଟା ସମୟରେ ଉଲୁଣ୍ଡା ଏସବିଆଇ ବ୍ଯାଙ୍କ ଙ୍କୁ ପଇସା କାଢିବା ପାଇଁ ଆସିଥିଲେ। ଏସବିଆଇ ବ୍ଯାଙ୍କରୁ ୪୦ ହଜାର ଟଙ୍କା ବାହାର କରି ଉଲୁଣ୍ଡା ସଦର ବିଡିସିସି ବ୍ଯାଙ୍କ ଙ୍କୁ ମଧ୍ଯ ପଇସା କାଢିବା ପାଇଁ ଯାଇଥିଲେ। ତେବେ ଏସବିଆଇ ବ୍ଯାଙ୍କରୁ ବାହାର କରିଥିବା ୪୦ ହଜାର ଟଙ୍କା ତାଙ୍କ ବାଇକ ଡିକିରେ ରଖିଦେଇ ବିଡିସିସି ବ୍ଯାଙ୍କ ନିକଟରେ ବାଇକ ରଖି ବ୍ଯାଙ୍କ ଭିତରକୁ ଯାଇଥିଲେ। ବ୍ୟାଙ୍କ ରୁ ଫେରିବା ପରେ ଜାଣି ପାରିଲେ ଯେ ତାଙ୍କ ବାଇକ ଡିକି ଭାଙ୍ଗି କେହି ଦୁର୍ବୁତ୍ତ ଟଙ୍କା ଲୁଟିନେଇ ପଳାଇଛି । ଉକ୍ତ ଘଟଣା ସମ୍ପର୍କରେ ନନ୍ଦିନୀ ପଧାନ ଉଲୁଣ୍ଡା ଥାନା କୁ ଯାଇ ସଙ୍ଗେ ସଙ୍ଗେ ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାର ରେ ଉଲୁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି।