Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ଵଧାର ଗୃହ ସାଜିଛି ବିବାହ ମଣ୍ଡପ

ଦିନ ଥିଲା ଏକା ହୋଇ ଆସିଥିଲେ ସ୍ବଧାର ଗୃହ, ମାତ୍ର ଆଜି ବିଦା ହେଲେ ସପରିବାର ସହ। ସ୍ବଧାର ଗୃହ ଆଜି ପାଲଟିଛି ବିବାହ ମଣ୍ଡପ। ଏଭଳି ଚିତ୍ର ଆଜି ସାମ୍ନାକୁ ଆସିଛି ଯାଜପୁର ବାହାବଳପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ସ୍ୱଧାର ଗୃହରୁ। ମହିଳା ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନର ଏହି ସ୍ୱଧାର ଗୃହକୁ ୨୦୧୮ ମସିହାରେ ପୂଜାରାଣୀ ଆସିଥିଲେ। ତାଙ୍କୁ ଚଣ୍ଡିଖୋଲରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଏହି ସ୍ୱଧାର ଗୃହରେ ଥଇଥାନ କରାଯାଇଥିଲା । ପରିବାର ହରାଇଥିବା ପୂଜାଙ୍କୁ ଏଠି ମିଳିଥିଲା ପୁରା ପରିବାର। ଆଜି ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ପକ୍ଷରୁ ପୂଜାଙ୍କ ବିବାହ କାର୍ଯ୍ୟ ବୈଦିକ ରୀତିନୀତିରେ ସଂମ୍ପନ୍ନ କରାଯାଇଛି। ଦଶରଥପୁର ବ୍ଳକ ତଳିହା ପଂଚାୟତ ସିନ୍ଦୁରାଇମୁହଁ ଅଞ୍ଚଳର ବିଜୟ ଓଝାଙ୍କ ସହ ଆଜି ପୂଜା ରାଣୀଙ୍କ ବିବାହ ହୋଇଛି। ଏହି ବିବାହ କାର୍ଯ୍ୟକ୍ରମକୁ ବଡ଼ ଧୁମଧାମରେ ଲକ୍ଷ୍ମୀନାରାୟଣ ସେବା ପ୍ରତିଷ୍ଠାନ ପକ୍ଷରୁ ଆୟୋଜନ କରାଯାଇଥିଲା। ଲକ୍ଷ୍ମୀ ନାରାୟଣ ଫାଉଣ୍ଡେସନର ସମ୍ପାଦକ ପରେଶ ଚନ୍ଦ୍ର ମଲିକ, ନିର୍ଦ୍ଦେଶକ ସିତାଂଶୁ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିବାହ ଭୋଜି ଠାରୁ ଆରମ୍ଭ କରି ସଜାସଜି ପର୍ଯ୍ୟନ୍ତ ସବୁକିଛି ଆୟୋଜନ ହୋଇଥିଲା। ଏହି ବିବାହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକଙ୍କ ସମେତ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ,ମହିଳା ଶିଶୁ ବିକାଶ ବିଭାଗର କର୍ମକର୍ତା ମାନେ ସାମିଲ ହୋଇ ନବ ବିବାହିତ ଦମ୍ପତିଙ୍କ ମଂଗଳ କାମନା କରିଥିଲେ। ଖବର ମିଳିବା ପରେ ରୋଟାରୀ କ୍ଳବ ଯାଜପୁର ପକ୍ଷରୁ ମଧ୍ୟ ଏହି ବିବାହ କାର୍ଯ୍ୟକ୍ରମ ପାଇଁ ନଗଦ ୧୦ ହଜାର ଅର୍ଥରାଶି ପ୍ରଦାନ କରାଯାଇଛି । ଏଭଳି ନିଆରା ବିବାହ ପାଇଁ ସ୍ୱାଧ୍ୟାର ଗୃହ କର୍ମକର୍ତ୍ତା ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ