Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ଜନତାପାର୍ଟି ର ମଣ୍ଡଳ ସ୍ତରୀୟ ଲାଭାର୍ଥି ସମ୍ମିଳନୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଲୁତୁରପଙ୍କ ପଞ୍ଚାୟତର ଘିଚାପାଲି ମେଟାକାନି ଛକ ନିକଟରେ ଭାଜପାର ଲାଭାର୍ଥି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରଜପୁର ଓ ସୁବଳୟା ମଣ୍ଡଳ ଭାଜପାର କର୍ମକର୍ତ୍ତା ଓ ଭାଜପା ସମର୍ଥିତ ବ୍ୟକ୍ତି ବିଶେଷ ଯୋଗଦେଇ ଥିଲେ। ମୋଦି ସରକାରଙ୍କ ନଅ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଭାଜପା ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଲାଭାର୍ଥ ସମ୍ମିଳନୀ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲା ଭାଜପା ସଭାପତି ପ୍ରମୋଦ ମହାପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଜପା କର୍ମକର୍ତ୍ତା ଓ ସାଧାରଣ ଜନତା ଙ୍କ ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ପ୍ରଦାନ କରିଥିଲେ। ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ତଳ ସ୍ତରରେ ସାଧାରଣ ଲୋକଙ୍କୁ ବୁଝାଇବା କୁ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାକୁର, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ତଥା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ଉଷା କୁମାରୀ, ବୀରମହାରାଜପୁର ର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥି ଆନନ୍ଦ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ତଥା ଭାଜପା ବିଧାୟକ ପ୍ରାର୍ଥି ଇଂ.ରଘୁନାଥ ଜଗଦଲା ଜିଲା ଭାଜପା ସାଧାରଣ ସମ୍ପାଦକ ବେଣୁଧର ଦାଶ, ଜିଲା ଭାଜପା ଉପସଭାନେତ୍ରୀ ନଳିନୀ ପଣ୍ଡା, ଜିଲା ଯୁବମୋର୍ଚ୍ଚା ସଭାପତି ସ୍ବରୂପ ପାତ୍ର,ପୂର୍ବତନ ଜିଲା ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଭୋଇ, ମଣ୍ଡଳ ସାଧାରଣ ସମ୍ପାଦକ ଶିବ ନାରାୟଣ ପଣ୍ଡା, ଉପ ସଭାପତି ଭୁଲା ଶଙ୍କର ବାଘ, ଗୌର ଜଗଦଲା, ବୀରମହାରାଜପୁର ମଣ୍ଡଳ ସାଧାରଣ ସମ୍ପାଦକ ବାବୁଲା ପଣ୍ଡା ସୁବଳୟା ମଣ୍ଡଲ ସାଧାରଣ ସମ୍ପାଦକ ରାମପ୍ରସାଦ କର୍ଣ୍ଣ , ଅଶୋକ ସାହୁ ଙ୍କ ସମେତ ଡମ୍ବରୁ ମେହେର, ଇଂ .ଆଶ୍ରୟ ମହାନନ୍ଦ,ରାଧାଚରଣ ମେହେର, ସୁମନ୍ତ ଜଗଦଲା, ଲକ୍ଷିନ୍ଦ୍ର ପ୍ରଧାନ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉଭୟ ବୀରମହାରାଜପୁର ଓ ସୁବଳୟା ମଣ୍ଡଳର ଶତାଧିକ ଭାଜପା କର୍ମକର୍ତ୍ତା,ସଦସ୍ୟ ଓ ଭାଜପା ସମର୍ଥକ ଯୋଗଦେଇ ଥିଲେ। ଶେଷରେ ଶିବନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।