Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଳିପାଲି- ଜଡାପାଲ ରାସ୍ତା ରେ ପୋଲ ନିର୍ମାଣ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତର ବଳିପାଲି-ଜଡାପାଲ ରାସ୍ତାରେ ଥିବା ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ଅନୁସାରେ ବ୍ଲକର କେନଝିରିଆପାଲି ଗ୍ରାମ ପଞ୍ଚାୟତର ବଳିପାଲି ଓ ଜଡାପାଳ ଗ୍ରାମରେ ପ୍ରାୟ ୬୦ରୁ ୭୦ ପରିବାର ବସବାସ କରୁଥିବାବେଳେ ଏହି ଦୁଇ ଗ୍ରାମକୁ କୌଣସି ରାସ୍ତା ନ ଥିଲା । ଏନେଇ ବାରମ୍ବାର ଅଭିଯୋଗ ପରେ ଚଳିତ ବର୍ଷ ଏମଜିଏନଆରଇଜିଏ ରୁ ଏକ କଚ୍ଚା ରାସ୍ତା କରାଯାଇଛି। ଉକ୍ତ ରାସ୍ତା କାମ ଆରମ୍ଭ ହେବା ପରେ ଗ୍ରାମବାସୀ ଙ୍କ ଯିବା ଆସିବା ସମସ୍ୟା ସମାଧାନ ହେବ ବୋଲି ଆଶା କରିଥିଲେ।ମାତ୍ର ଏବେ ଉକ୍ତ ରାସ୍ତାର ଏକ ନାଳ ମଧ୍ୟରେ ପୋଲ ନିର୍ମାଣ କରାଯାଇ ନାହିଁ। ତେଣୁ ଯିବା ଆସିବାରେ ସମସ୍ୟା ହେବ। ଉକ୍ତ ରାସ୍ତା ଦେଇ ଉଭୟ ଗ୍ରାମର ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଠୁ ଆରମ୍ଭ କରି ଆର ଆଇ ଅଫିସ , ବ୍ଲକ କାର୍ଯ୍ୟାଳୟ, ସପ୍ତାହିକ ବଜାର ଆଦି ସ୍ଥାନକୁ ଯିବା ଆସିବା କରିଥାନ୍ତି। ଏପରି ଗ୍ରାମର ଛାତ୍ରୀଛାତ୍ରମାନେ ସ୍କୁଲ କୁ ଯିବା ପାଇଁ ଏହା ଏକ ମାତ୍ର ରାସ୍ତା ଅଟେ। ସାମାନ୍ୟ ବର୍ଷା ହେଲେ ଉକ୍ତ ନାଳ ରେ ବହୁତ ପାଣି ଆସିଥାଏ।

ଫଳରେ ଉକ୍ତ ନାଳ ଦେଇ ଯିବା ଆସିବା କରିବରେ ସମସ୍ୟା ହୋଇଥାଏ। ତେଣୁ ଏବେ ଉକ୍ତ ଗ୍ରାମର ଏହି ସମସ୍ୟା କୁ ଦେଖି ଏହି ପୋଲ ନିର୍ମାଣର ଆବଶ୍ୟକ ରହିଛି।ଏଣୁ ଗ୍ରମବାସୀ ଓ ପଶ୍ଚିମ ଓଡିଶା ଯୁବାମଞ୍ଚ ର ସଦସ୍ୟ ମାନେ ତୁରନ୍ତ ଉକ୍ତ ଗ୍ରାମର ପୋଲ ନିର୍ମାଣ କରିବାକୁ ଜିଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କିଛନ୍ତି।ପଶ୍ଚିମ ଓଡିଶ ଯୁବାମଞ୍ଚ ଓ ଗ୍ରାମର ଚୈତନ୍ୟ ପଧାନ,ଭକ୍ତରାମ ଅଡଜୁଆଳି,ପବିତ୍ର କମ୍ପ,ଲିଙ୍ଗରାଜ ନାଏକ,ଯାଦବ ପଧାନ,ଦେବାଶିଷ ବାଘ,ଶ୍ରୀନ୍ନିବାସ ମେଣ୍ଡିଲି,ଜୟ ରାଜହଂସ,ସୁଶିଳ ପଧାନ,ସୁଧାଂଶୁ ମହାକୁର,ଜିତେନ୍ଦ୍ର ମେଣ୍ଡିଲି,ଉତ୍ତର ଭୁକ୍ତା,ସୁର୍ଯ୍ୟ ପଧାନ,ଉମାକାନ୍ତ ପଧାନ,ସତ୍ୟନନ୍ଦ ଜାଲ,ମନୋଜ ଭରାସାଗର,ସୁଗ୍ୟାନ ଜାଲ ପ୍ରମୁଖଙ୍କ ଦସ୍ତଖତ ଥିବା ଅଭିଯୋଗପତ୍ର ଜିଲାପାଳ ଙ୍କୁ ପ୍ରଦାନ କରିଛନ୍ତି ।