Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଜ ଝିଅକୁ ଅସଦାଚରଣ କରି ଗିରଫ ବାପା

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ କନିକାପଡା ପଂଚାୟତସ୍ତ ମଧୁପୁର ଗ୍ରାମରେ ଘଟିଯାଇଛି ଏକ ନିନ୍ଦନୀୟ ଘଟଣା| ପ୍ରଦୀପ ବିଶ୍ୱାଳ (55 ବର୍ଷ ) ନାମକ ଜୈନେକ ବ୍ୟକ୍ତି ନିଜର 16 ବର୍ଷ ବୟସ୍କ ଝିଅ କୁ ରବିବାର ସକାଳୁ ଅସଦାଚରଣ କରିଥିଲା| ଏଥିରେ ପ୍ରତିବାଦ କରିବାରୁ ନାବାଳିକାକୁ ନିଜ ବାପା ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡିଥିଲା| ଉକ୍ତ ଦିନ ନାବାଳିକା ମଙ୍ଗଳପୁର ଥାନାର ଦ୍ୱାରସ୍ତ ହୋଇ ଲିଖିତ ଅଭିଯୋଗ କରିଥିଲା| ଅଭିଯୋଗକୁ ଭିତ୍ତି କରି ମଙ୍ଗଳପୁର ପୋଲିସ 193/2023 ରେ ମାମଲା ରୁଜୁ କରିବା ସହ ସୋମବାର ଦିନ ପ୍ରଦୀପକୁ ଗିରଫ କରିଥିଲା| ଯାହାକୁ ପଚରାଉଚୁରା ପରେ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ| ତେବେ ବାପା ନାଁ ରେ କଳଙ୍କ ସାଜିଥିବା ଏଭଳି ଜଣେ ଅମଣିଷକୁ କଠିନ ରୁ କଠିନ ଦଣ୍ଡ ଦେବାକୁ ଦାବୀ କରିଛି ନାବାଳିକା|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ