Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ୟା ଘେରରେ କମାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଅଭାବ ଅସୁବିଧା ମଧ୍ୟରେ ସେବା ଯୋଗାଇ ଚାଲିଛି କମାଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର| ଦୁଇ ଦଶନ୍ଧି ତଳେ ଦଶରଥପୁର ବ୍ଲକ ଅଧୀନସ୍ଥ କସପା ପଞ୍ଚାୟତରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ଯାହା ଏବେ ବିଭିନ୍ନ ସମସ୍ୟା ଘେରରେI ଦୁଇ ବର୍ଷ ହେଲା ଏମବିବିଏସ୍ ଡାକ୍ତର ନ ଥିବା ବେଳେ 21 ବର୍ଷ ମଧ୍ୟରେ ମଝିରେ ମଝିରେ ଏମବିବିଏସ୍ ଡାକ୍ତରଙ୍କୁ ରୋଗୀ ସେବା କରୁଥିବାର ଦେଖାଯାଇଛି| ଫାର୍ମାସିଷ୍ଟ ,ଷ୍ଟାଫ ନର୍ସ,
ଆଟେଣ୍ଡାଣ୍ଟ ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଛିଇ ପ୍ରକାଶ ଥାଉ କି ହସନାବାଦ, କସପା, କମାଳପୁର, ବନବାଗ, ମଠସାହି, ପଙ୍ଗଟା, ପଲାସାହି ଶାସନ, ପଛପଡା, ଅହିୟାସ ଓ ଆଖୁଆସାହି ଆଦି ଗ୍ରାମର ଲୋକେ ସ୍ୱାସ୍ଥ୍ୟସେବା ପାଇଁ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତିI ସ୍ୱାସ୍ଥ୍ୟକେନ୍ଦ୍ର ଚତୁଃପାର୍ଶ୍ୱରେ ପାଚେରି ନଥିବାରୁ ବୁଲା ଗୋରୁ ଗାଈ,ଷଣ୍ଢ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ପରିସର| ପାନୀୟଜଳ ସମସ୍ୟା ପ୍ରତି କାହାରି ନଜର ନପଡିବା ମଧ୍ୟ ପରିତାପର ବିଷୟI କର୍ମଚାରୀ ବାସ ଗୃହ ନଥିବାରୁ ଜରୁରୀ ସମୟ ସେବା ବାଧାପ୍ରାପ୍ତ ହୋଇଥାଏ। ଏତେ ସବୁ ସତ୍ୱେ ଆୟୁଷ ଡକ୍ଟର ଶେଷଦେବ ପୃଷ୍ଟି ଓ ଏଏନଏମଙ୍କ ସ୍ରକ୍ରୀୟ ସହଯୋଗରେ ଅଞ୍ଚଳବାସୀଙ୍କୁ ଯଥା ସମ୍ଭବ ସେବା ଯୋଗାଇ ଦେଉଛନ୍ତି। ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ଶୁଭ ଦୃଷ୍ଟି ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ପଡ଼ିଲେ ସମସ୍ୟା ଗୁଡିକ ସମାଧାନ ହୋଇପାରନ୍ତା ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ