Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର କାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା : କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚପରାଶି ରମେଶ ଚନ୍ଦ୍ର ଗଉଡ଼ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି |ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ଏବଂ ତାଙ୍କ ସହଧର୍ମିଣୀ ତମାଳ ଗଉଡ଼ଙ୍କୁ ଅଙ୍ଗ ବସ୍ତ୍ର, ଉପହାର ଏବଂ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା |ଦୀର୍ଘ 36 ବର୍ଷ କାଳ ସେବା ଯୋଗାଇ ଆସିଥିବା ରମେଶ ଚନ୍ଦ୍ର ଗଉଡ଼ଙ୍କ ସମ୍ପର୍କରେ ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, ଦେଵେଶ ଚନ୍ଦ୍ର ମହାପାତ୍ର, କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ସ୍ୱରୂପା ରାଣୀ ବିଶ୍ୱାଳ, ଭାରତୀ ବିଶ୍ୱାଳ, ସୁଶାନ୍ତ କୁମାର ଲେଙ୍କା, ଦିପୁ ଭୂୟାଁ, ପି ଦୀପକ ରାଓ, ମହେଶ୍ୱର ରାଉତ ରୁପାଲୀ ନାୟକ, ସ୍ନିଗ୍ଧା ରାଣୀ ଗଉଡ଼, ସଞ୍ଜୟ ସାହୁ ପ୍ରମୁଖ ମତ ବ୍ୟକ୍ତ କରିଥିଲେ |