ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ସ୍ଥିତ ସାମ୍ବାଦିକ ଭବନ ପରିସରରେ ଜିଲା ଯୁବ କଂଗ୍ରେସ ଓ ବ୍ଲକ କଂଗ୍ରେସ ର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଖବରଦାତା ସମ୍ମିଳନୀରେ ସୁବର୍ଣ୍ଣପୁର ଜିଲା କଂଗ୍ରେସ ସଭାପତି ଗୌରୀଶଙ୍କର ପଣ୍ଡା , ଜିଲା ଯୁବ କଂଗ୍ରସ ସଭାପତି ପ୍ରିୟବ୍ରତ ସାହୁ , ବୀରମହାରାଜପୁର ବ୍ଲକ କଂଗ୍ରସ ସଭାପତି ବସନ୍ତ ମହାକୁର , ବ୍ଲକ ଯୁବ କଂଗ୍ରସ ସଭାପରି ବିଦ୍ୟାଧର ଖୁର୍ଡିଆ , ପୂର୍ବତନ ପିସିସି ସଭ୍ୟ ପ୍ରଦୀପ ସେଠୀ ଓ ଉଲୁଣ୍ଡା ବ୍ଲକ ସଭାପତି ପ୍ରଭୁଦତ୍ତ ବସ୍ତିଆ ପ୍ରମୁଖ ଯୋଗଦେଇ ୫ଟି ସଚିବ ଙ୍କ ସୁବର୍ଣ୍ଣପୁର ଜିଲା ଗ୍ରସ୍ତ ଅବସରରେ ଦଶଟି ପ୍ରଶ୍ନ ପଚାରିଛନ୍ତି। ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ୫ଟି ସଚିବ ଭି.କେ.ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତରେ ଆସୁଛନ୍ତି । ତାଙ୍କ ଗ୍ରସ୍ତ ପୂର୍ବରୁ ବିଜେଡିର ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାସ ଦାଶ ପରିଦର୍ଶନ ସ୍ଥଳ ସବୁ ଅନୁଧ୍ୟାନ କରି ଫେରିଛନ୍ତି । ଏହି ଘଟଣାରୁ ଏହା ବିଜୁ ଜନତା ଦଳର ଏକ ସୁପରିକଳ୍ପିତ କାର୍ଯ୍ୟକ୍ରମ ବୋଲି କଂଗ୍ରେସ ଅଭିଯୋଗ କରିଛି । ଖବରଦାତା ସମ୍ମିଳନୀ ମାଧ୍ୟମରେ କଂଗ୍ରେସ ୫ ଟି ସଚିବ ଙ୍କୁ ପ୍ରଶ୍ନ କରିଛି।କେବିକେ ଅଂଚଳର ଅନ୍ୟ ଜିଲା ତୁଳନାରେ ସୁବର୍ଣ୍ଣପୁର ଜିଲା ପଛୁଆ କାହିଁକି ? ପାତାଳି ଶ୍ରୀକ୍ଷେତ୍ର ଠାରେ ଭବ୍ୟ ମନ୍ଦିର ଓ ରୋପୱେ ନିର୍ମାଣ ବିଳମ୍ବ କାହିଁକି ? ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ମେସିନର ସ୍ଥାପନ କେବେ ହେବ ? ସୁବର୍ଣ୍ଣପୁର ଜିଲାରେ କୃଷି ବିଦ୍ୟାଳୟ ସ୍ଥାପନ କେବେ ?ବୀରମହାରାଜପୁର କୁ କେବେ ଏନ.ଏ.ସି ଘୋଷଣା ହେବ ? ବୀରମହାରାଜପୁର -ବାଉଁଶୁଣି ମହାନଦୀ ସେତୁ କେବେ କାର୍ଯ୍ୟାରମ୍ଭ ହେବ ? ଶିଳ୍ପ ବିହିନ ସୁବର୍ଣ୍ଣପୁର ଜିଲାରେ କୃଷିଭିତ୍ତିକ ଶିଳ୍ପ କେବେ ?ପ୍ରସ୍ତାବିତ ସୁରବାଲି ଯୋର ଆନିକଟ ନିର୍ମାଣ କେବେ ? ବୋଲି ପ୍ରଶ୍ନ କରିବା ସହିତ ହାଇକୋର୍ଟ ବେଞ୍ଚ ସୋନପୁର ରେ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ରଖନ୍ତୁ ବୋଲି କଂଗ୍ରସ ପ୍ରଶ୍ନ କରିଛି । ଏହା ସହିତ ଶାସନର ୨୩ ବର୍ଷ ପରେ ମଧ୍ୟ ସୁବର୍ଣ୍ଣପୁର ଜିଲା ଏକ ପୂର୍ଣ୍ଣାଙ୍ଗ ଜିଲାରେ ପରିଣତ ହୋଇ ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରକାଶ କରିଛନ୍ତି । ଜିଲାର ପ୍ରାଚୀନ କିର୍ତ୍ତିରାଜି ଓ ପର୍ଯ୍ୟଟନ ସ୍ଥଳ ଚିର ଅବହେଳିତ ହୋଇଥିଲେ ମଧ୍ୟ ସରକାରଙ୍କ ନଜରକୁ ଆସିପାରି ନାହିଁ । ୨୦୨୪ ନିର୍ବାଚନ ପରିପ୍ରେକ୍ଷିରେ ୫ଟି ସଚିବଙ୍କ ଗ୍ରସ୍ତ ଏକ ନିର୍ବାଚନୀ ଚାଲ ବୋଲି କଂଗ୍ରେସ ପକ୍ଷରୁ ଆଜି ସାମ୍ବାଦିକମାନଙ୍କର ଆଗରେ ପ୍ରକାଶ କରିଛନ୍ତି
5 ଟି ସଚିବ ଙ୍କ ସୁବର୍ଣ୍ଣପୁର ଗସ୍ତ ସମୟରେ କଂଗ୍ରେସର ଦଶ ଟି ପ୍ରଶ୍ନ
