Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂଚନା ଅଧିକାର କର୍ମୀଙ୍କ ଘରେ ପୋଲିସର ଚଢ଼ାଉ

ପୁଣି ଅଡ଼ୁଆରେ ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ୱର ବେହୁରା। ବେଆଇନ ଭାବେ ମୋରମ ଉତ୍ତୋଲନ କରୁଥିବା ଅଭିଯୋଗରେ ସର୍ବେଶ୍ୱରଙ୍କ ଘରେ ପୋଲିସର ଚଢ଼ାଉ। ବଡ଼ଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ତ ମାଣ୍ଡୁକା ପାହାଡ଼ର ଅଣ ଲିଜ ଅଞ୍ଚଳରୁ ମୋରମ ଉତ୍ତୋଳନରେ ସର୍ବେଶ୍ୱରଙ୍କ ମେସିନ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ଦର୍ପଣ ତହସିଲ ପ୍ରଶାସନ ଓ ବାଲିଚନ୍ଦ୍ରପୁର ପୋଲିସ ଖବର ପାଇ ସଦଳବଳେ ମାଣ୍ଡୁକା ପାହାଡ଼ରେ ଚଢ଼ାଉ କରି ପୋକଲିନ ମେସିନ ସହ ୫ଗୋଟି ହାଇୱା ଜବତ କରିଛି। ଆଜି ବାଲିଚନ୍ଦ୍ରପୁର ପୋଲିସ ସର୍ବେଶ୍ୱରଙ୍କ ଜାରକା ସ୍ଥିତ ଘରେ ଏବଂ ବିଭିନ୍ନ ସ୍ଥାନରେ ପହଂଚି ଖୋଳତାଡ଼ କରିଛି ବୋଲି ଏସ.ପି. ଭିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ନିକଟରେ ଶ୍ରୀ ବେହୁରା ଧର୍ମଶାଳା ତହସିଲ ଅଧିନ ସାରୋଇ ମୌଜାରୁ ବେଆଇନ ଭାବେ ମାଟି ଉଠାଇବା ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିଲେ। ଧର୍ମଶାଳା ତହସିଲ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ ପାଟ ସଂକ୍ରାନ୍ତରେ ସର୍ବଦା ଅଭିଯୋଗ କରିଆସୁଥିବା ଶ୍ରୀ ବେହୁରା ନିଜେ ବେଆଇନ କାର୍ଯ୍ୟରେ ସାମିଲ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ