ପାନୀୟ ଜଳ ଯୋଗାଣ ପାଇଁ ରାସ୍ତା ରୋକ


ତରଭା: ପ୍ରବଳ ଗ୍ରୀଷ୍ମ ଓ ଗୁଳୁଗୁଳି ସମୟରେ ପାନୀୟ ଜଳ ଯୋଗାଣ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଅଦ୍ୟାବଧି ବିଭିନ୍ନ ଗ୍ରାମକୁ ସଠିକ ରୂପେ ଜଳ ଯୋଗାଣ ହୋଇ ନପାରିବା ପରିତାପର ବିଷୟ ପାଲଟିଛି l ତରଭା ବ୍ଲକ ଅନ୍ତର୍ଗତ ସରଗଜ ଗ୍ରାମର ଦଳିତ ପଡ଼ାକୁ ପାନୀୟ ଜଳ ଯୋଗାଣ ହେଉନଥିବାକୁ ବିରୋଧ କରି ପଡ଼ାବାସୀ ତରଭା-ଚାରଭଟା ମୁଖ୍ୟ ରାସ୍ତାରେ ଟାୟାର ଜାଳି ଓ ଗରା ବାଲଟି ରଖି ପ୍ରାୟ ତିନି ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିବାରୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା l ଖବର ପାଇ କମସରା ପୋଲିସ ଫାଣ୍ଡି ଅଧିକାରୀ ଗଜାନନ ବେହେରା, ଏସ ଡି ପି ଓ ପୁଷ୍ପାଞ୍ଜଳି ନିଙ୍ଗୀ, ଏସଆଇ ଯଯାତି କେଶରୀ ସାହୁ ପହଂଚି ଆନ୍ଦୋଳକାରୀଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା l