Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମାରଡ଼ିହି ପାକ୍ସ ପକ୍ଷରୁ ମହିଳା ଗୋଷ୍ଠିଙ୍କୁ ଋଣ ପ୍ରଦାନ

ଆଜି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହି ପାକ୍ସ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ଋଣ ପ୍ରଦାନ କରାଯାଇଛି | ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଦଶରଥପୁର ବ୍ଲକସ୍ତ ଖା୍ନନଗର ପଞ୍ଚାୟତ କାର୍ଯ୍ୟାଳୟ ଠାରେ କମାରଡ଼ିହି ପ୍ରାଥମିକ କୃଷି ସେବାସମବାୟ ସମିତିର ସଭାପତି ଭାଗିରଥି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟିକା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସମ୍ମାନିତ ଅତିଥିଭାବେ କଟକ ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କ ଦଶରଥପୁର ଶାଖାର ଶାଖା ପରିଚାଳକ ସୁଶାନ୍ତ ମଲ୍ଲିକ, ସହ ପରିଚାଳକ ରାକେଶ କୁମାର ସାହୁଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ| କାର୍ଯ୍ୟକ୍ରମ ଶେଷରେ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ