Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଡି ତଳୁ ମୁର୍ମୁଶ ଅବସ୍ଥାରେ ମହିଳା ଉଦ୍ଧାର

ଗାଡି ତଳୁ ମୁର୍ମୁଶ ଅବସ୍ଥାରେ ମହିଳା ଉଦ୍ଧାର। ଯାଜପୁର ଟାଉନ ଥାନା କିଆନାଳି ଛକ ନିକଟରେ ଏଭଳି ଘଟଣା ଘଟିଛି। ଆଜି ସକାଳେ ମହିଳା ଜଣକ ଏଠାରେ ପଡିଥିବା ଦେଖି ପୋଲିସ କୁ ଖବର ଦିଆଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତର ଖାନା ରେ ଭର୍ତି କରିଥିଲା। ମହିଳା ଜଣକ ଙ୍କ ଘର ଯାଜପୁର ଜିଲା ଟମକା ଅଞ୍ଚଳରେ, ସେ ଗତକାଲି ଚିକିତ୍ସିତ ହେବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। କିନ୍ତୁ ଗତକାଲି ସେ କୌଣସି ପ୍ରକାରେ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ। ତେବେ କିଭଳି ଓ କେଉଁ ପରିସ୍ଥିତିରେ ଏହି ଗାଡି ତଳକୁ ଆସିଲେ ତାକୁ ନେଇ ନାନା କଥା ସାଧାରଣ ରେ ଚର୍ଚ୍ଚା ହେଉଛି। ଏ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ