Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି କଲେ ଜୋନ1 ଜିଲ୍ଲାପାରିଷଦ ସଭ୍ୟା।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ର ବିଭିନ୍ନ ଗୁରୁତର ସମସ୍ୟା ରେଙ୍ଗାଲି ଠାରୁ ଝାରସୁଗୁଡା ସପନେ ରାସ୍ତା ରେଙ୍ଗାଲି ଠାରେ ଏକ ରେଳ ଓଭର ବ୍ରିଜ, ରେଙ୍ଗାଲି ଜୋନ 1 ଅନ୍ତର୍ଗତ ପଂଚାୟତ ରେ ରହୁଥିବା ଭୂମିହୀନ ଓ ହୀରାକୁଦ ବୁଡି ଅଞ୍ଚଳ ରୁ ଆସି ରହୁଥିବା ବାସିନ୍ଦା ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦିଆଯାଉ ଓ ରେଙ୍ଗାଲି ରେ ଏକ ସରକାରୀ ବସ ଷ୍ଟାଣ୍ଡ ନିର୍ମାଣ ପାଇଁ ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି। ସମ୍ବଲପୁର ଜିଲ୍ଲା କୁ ଝାରସୁଗୁଡା ଜିଲ୍ଲା ସହିତ ରେଙ୍ଗାଲି ଦେଇ ସଂଯୋଗ କରୁଥିବା ରାସ୍ତା ଉପରେ ରେଙ୍ଗାଲି ଠାରେ ଏକ ରେଲୱେ ଓଭର ବ୍ରିଜ ପାଇଁ ବହୁ ଦିନରୁ ଦାବି ହେଉଛି। ଏହି ରାସ୍ତା ଟି ଏବେ ବହୁ ବ୍ୟସ୍ତ ହେଲାଣି। ଏହି ରାସ୍ତା ରେ ପଡୁଥିବା ରେଳ ଫାଟକ ଟି ଏବେ ଲୋକଙ୍କ ସମସ୍ୟା ର କାରଣ। ପ୍ରତି ଅଧଘଣ୍ଟା ରେ ଟ୍ରେନ ଯାଉଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି। ଥରେ ରେଳ ଫାଟକ ପଡିଗଲେ ପ୍ରାୟ ଅଧଘଣ୍ଟା ଲାଗୁଛି ଖୋଲିବାକୁ। ଝାରସୁଗୁଡା ଜିଲ୍ଲା ରୁ ଆସୁଥିବା ଜନସାଧାରଣ, ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ, ଛାତ୍ରଛାତ୍ରୀ, ବହୁ ସମୟ ଧରି ଫାଟକ ରେ ଅଟକି ରାହୁଥିବାର ଦେଖା ଯାଉଛି। ତେଣୁ ଉକ୍ତ ରାସ୍ତା ରେ ଏକ ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି କରାଯାଇଛି।
ରେଙ୍ଗାଲି ବ୍ଲକ ର ଜୋନ 1 ଅନ୍ତର୍ଗତ 9 ଟି ପଞ୍ଚାୟତ ଯଥା ରେଙ୍ଗାଲି, ସାଲଡ଼, ନିଶାନଭାଙ୍ଗା, ଖିଣ୍ଡା, ଜଙ୍ଗଳା, ଵୋମାଲୋଇ, ଠେଲକଲୋଇ, ଘିଚାମୁରା, ଲପଙ୍ଗା ପଞ୍ଚାୟତ ରେ ରହୁଥିବା ଭୂମିହୀନ ଓ ହୀରାକୁଦ ବୁଡି ଅଂଚଳରୁ ଆସି ରହୁଥିବା ଗ୍ରାମବାସୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଘର ତିଆରି କରି ପାରୁନାହାନ୍ତି ତେଣୁ ଏହି ହିତାଧିକାରୀଙ୍କ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଛି।
ରେଙ୍ଗାଲି ରେ ଏକ ସରକାରୀ ବସଷ୍ଟାଣ୍ଡପାଇଁ ମଧ୍ୟ ଜିଲ୍ଲା ପରିଷଦ ସଭ୍ୟା ଦାବି କରିଛନ୍ତି। ଏହି ଦାବି ପତ୍ର ଦେବା ସମୟରେ ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦ ସଭାପତି କୁମୋଦିନି ନାୟକ, ମାନେଶ୍ୱର ବ୍ଲକ ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ସୁରଜା ସେଟ, ଅମର ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।