Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମୃତ ମାଛର ଦାମ୍‌ ୪୪ କୋଟି

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଆଟଲାଣ୍ଟିକ୍ ମହାସାଗରରେ ଥିବା ଆଫ୍ରିକୀୟ ଉପକୂଳ ନିକଟ କାନାରି ଦ୍ୱୀପପୁଞ୍ଜର ନୋଗଲେସ୍ ଉପକୂଳରେ ଏକ ବିରାଟ ମୃତ ତିମି ମାଛ ଉଦ୍ଧାର କରିଛନ୍ତି। ମୃତ ତିମି ମାଛର ଦାମ୍‌ ୪୪ କୋଟି ଟଙ୍କା।

ଲାସ୍ ପାଲମାସ୍ ବିଶ୍ୱବିଦ୍ୟାଳୟର ପଶୁ ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା ପ୍ରତିଷ୍ଠାନର ମୁଖ୍ୟ ଆଷ୍ଟୋନିଓ ଫର୍ଣ୍ଣାଣ୍ଡେଜ୍ ରୋଡ୍ରିଗେଜ୍ ମୃତ ତିମିର ପୋଷ୍ଟମର୍ଟମ କରିଥିଲେ। ହଜମ ପ୍ରକ୍ରିୟାରେ ସମସ୍ୟା କାରଣରୁ ତିମିର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ତିମିର ଅନ୍ତନଳୀ ଭିତରେ କିଛି କଠିନ ଜିନିଷ ରହିଥିବାର ଦେଖିବାକୁ ପାଇଥିଲେ।

ରୋଡ୍ରିଗେଜ୍ କହିଛନ୍ତି, ‘ମୁଁ ଯାହା ବାହାର କଲି, ତାର ଓଜନ ୯.୫ କିଲୋଗ୍ରାମ, ପ୍ରାୟ ୫୦ରୁ ୬୦ ସେମି ବ୍ୟାସ ହେବ। ତେବେ ପଥର ଭଳି ଦିଶୁଥିବା ଏହାକୁ ଆମ୍ବରଗ୍ରୀସ୍ ବୋଲି କୁହାଯାଏ । ଯାହାର ମୂଲ୍ୟ ୫.୪ ମିଲିୟନ ଅଥବା ଭାରତୀୟ ମୁଦ୍ରା ହିସାବରେ ୪୪ କୋଟିରୁ ଅଧିକ ହେବ । 

ତିମିର ବାନ୍ତିକୁ ଆମ୍ବରଗ୍ରୀସ ବୋଲି କୁହାଯାଏ। ସୂଚନା ଅନୁଯାୟୀ, ଏହା ୧୦୦ରୁ ଗୋଟିଏ ଶୁକ୍ରାଣୁ ତିମିରୁ ନିର୍ଗତ ହୁଏ। ବେଳେବେଳେ ଆମ୍ବରଗ୍ରୀସ୍ ଆକାର ବହୁତ ବଡ ହୋଇଯାଏ। ଏହି କାରଣରୁ, ଅନ୍ତନଳୀରେ ଆଘାତ ଲାଗିଥାଏ ଏବଂ ତିମିଟି ମୃତ୍ୟୁମୁଖରେ ପଡିଥାଏ।

ପ୍ରାୟ ସମୟରେ ସମୁଦ୍ରରେ ଏହା ଭାସୁଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥାନ୍ତି । ତିମି ସାଧାରଣତଃ ସ୍କ୍ୱିଡ୍ ଏବଂ କଟଫିସ ଖାଇ ବଞ୍ଚିଥାଏ । ତଥାପି ଏହାର ଅଧିକାଂଶ ଅଂଶ ହଜମ ହୋଇନଥାଏ ଫଳରେ ବାନ୍ତି ହୋଇାଯାଏ । ଆମ୍ବରଗ୍ରିସ୍ ପୁରାତନ ଫ୍ରେଞ୍ଚ ଶବ୍ଦ ‘ଆମ୍ବର’ ଏବଂ ‘ଗ୍ରିସ୍’ ରୁ ଉତ୍ପନ୍ନ ହୋଇଛି।