Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲେଜ ଛାତ୍ର ନିଖୋଜ, ଥାନାର ଦ୍ୱାରସ୍ତ ବାପା|

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଦତ୍ତପୁର ଗ୍ରାମର ଗଣେଶ ଦାସଙ୍କ ପୁଅ ନାରାୟଣ ଦାସ (17 ବର୍ଷ) କେଉଁ ଆଡେ ନିଖୋଜ ହୋଇଯାଇଛନ୍ତି| ସୂଚନା ରୁ ପ୍ରକାଶ ଯେ ନାରାୟଣ ବଉଳାଙ୍ଗ ଏସ. ଜି. କଲେଜ ରେ +2 ବିଜ୍ଞାନ ପାଠ ପଢୁଥିଲା| ପ୍ରତ୍ୟେକ ଦିନ ନିଜ ଗାଁ ରୁ ମଙ୍ଗଳପୁରକୁ ସାଇକେଲ ଯୋଗେ ଟିଉସନ ଲାଗି ଆସିଥାଏ| ଗତ କାଲି ସକାଳ 6 ଟା ସମୟରେ ମଧ୍ୟ ଟିଉସନ ଲାଗି ଆସି ଆଉ ଫେରି ନଥିଲା| ବିଳମ୍ବ ହେବାରୁ ସବୁଆଡେ ଖୋଜାଖୋଜି ପରେ ମଙ୍ଗଳପୁର ବଜରାପାଟ ରାସ୍ତା ସାମ୍ନାରେ ଥିବା ଏକ ସାଇକେଲ ଦୋକାନ ନିକଟରେ ସାଇକେଲଟିକୁ ଦେଖିବାକୁ ମିଳିଥିଲା| ଦୋକାନୀଙ୍କ ବୟାନ କ୍ରମେ ସକାଳେ ଦୋକାନ ଖୋଲିବା ପୂର୍ବରୁ ସାଇକେଲଟି ଉକ୍ତ ସ୍ଥାନରେ ଥିଲା| ତେବେ ପୁଅର କୌଣସି ସନ୍ଧାନ ନ ପାଇ ଶେଷରେ ମଙ୍ଗଳପୁର ଥାନାର ଦ୍ୱାରସ୍ତ ହୋଇଛନ୍ତି ବାପା ଗଣେଶ|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ