Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମାକୁମାରୀର ନିଶାମୁକ୍ତି ଅଭିଯାନର ଶୁଭାରମ୍ଭ

ସମ୍ବଲପୁର: ବ୍ରହ୍ମାକୁମାରୀସମ୍ବଲପୁର ଉପକେନ୍ଦ୍ରର ଭାରପ୍ରାପ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ପାର୍ବତୀ ଦିଦି ଜୀଙ୍କ ଉଦ୍ୟମରେ ପାବନସରୋବର, ପଧାନପାଲି ଠାରେ ନିଶାମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ହେଲା। ଏଥିରେ ସମ୍ମାନୀୟଅତିଥି ହିସାବରେ ପ୍ରଫେସର ବଂଶୀଧର ମାଝି, କୁଳପତି, ଭି ଏସ୍ ଏସ୍ ୟୁ ଟି, ଡକ୍ଟର ପ୍ରଦୀପକୁମାର ମହାନ୍ତି, ଏଚ୍ ଓ ଡି, ମେଡ଼ିସିନ୍, ଭିମସାର୍,ଭ୍ରାତା ଆଶୋକ କୁମାର ସେଠ୍, ଏକ୍ସ୍ ସାଇଜ୍ ସୁପରିନ୍ ଟେଣ୍ଡେଣ୍ଟ ଭ୍ରାତା ସତ୍ୟନାରାୟଣ ଅଗ୍ରୱାଲ, ଚେୟାରମେନ ରେଙ୍ଗଲି
ଭ୍ରାତା ମଦନ୍ ଜିତ୍, ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ, ସମ୍ବଲପୁର ଯୋଗ ଦେଇଥିଲେ।
ସମ୍ବଲପୁର ଉପକେନ୍ଦ୍ର ଅଧୀନସ୍ଥ ଆଠଟି ଜିଲ୍ଲାର ବି କେ ଶିକ୍ଷୟିତ୍ରୀ ଭଉଣୀ, ସରପଞ୍ଚ
ତଥା ଅନ୍ୟାନ୍ୟ ଭାଇଭଉଣୀ ଓ ମାନ୍ୟଗଣ୍ୟ
ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।
ନଶା ମୁକ୍ତ ଅଭିଯାନ ସମ୍ପର୍କରେ ବ୍ରହ୍ମା କୁମାର୍ ରୋହିତ
ଭାଇ, ମାଉଣ୍ଟଆବୁ କହିଲେ କି ମିନିଷ୍ଟ୍ରି ଅଫ ସୋସିଆଲ
ଜଷ୍ଟିସ ଓ ବ୍ରହ୍ମା କୁମାରୀର ମେଡ଼ିକାଲ ଉଇଂର ମିଳିତ
ଉଦ୍ୟମରେ ଏହି ନିଶାମୁକ୍ତ ଅଭିଯାନର ଶୁଭାରମ୍ଭ
ସାରା ଭାରତରେ ହୋଇଅଛି। ବ୍ରହ୍ମା କୁମାରୀ ଦୀପା
ଭଉଣୀ ବ୍ରହ୍ମାକୁମାରୀର ସଂକ୍ଷିପ୍ତ ପରିଚୟ ପ୍ରଦାନ
କରିଥିଲେ।
ନିଶାମୁକ୍ତ ଭାରତ ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ
ନେଇ ରାଜଯୋଗିନୀ ପାର୍ବତୀ ଦିଦି ଜୀ କହିଲେ –
ସୁସ୍ଥ ସମାଜ ନିଶାସକ୍ତ ହେଲେ କଳୁଷିତ ହୁଏ ଓ
ସମାଜରେ ବିଶୃଙ୍ଖଳା ଦେଖାଯାଏ । ନିଶାରୁ ମୁକୁଳିବା
ପାଇଁ ଦୃଢ଼ ଶକ୍ତି ବା ଦୃଢ଼ ସଂକଳ୍ପ ଆବଶ୍ୟକ ଓ ଏହା
ରଜାଯୋଗରୁ ହିଁ ମିଳିଥାଏ। ବ୍ରହ୍ମା କୁମାରୀ ସେବାକେନ୍ଦ୍ର
ରେ ରାଜଯୋଗ ଓ ଦିବ୍ୟ ଗୁଣ ସମର୍କିତ ଶିକ୍ଷା ଦିଆ
ଯାଇଥାଏ । ଏହା ନିଃଶୁକ୍ଳ ଅଟେ ।
ଭ୍ରାତା ମଦନଜିତ୍ ହୋତା ଡି ଏସ ଓ, କହିଲେ ..
ସମାଜରେ ନିଶା ଅଧପତନ ଆଣିଥାଏ। ଦୃଢ଼
ସଂକଳ୍ପ ନେବା ତ ନିବାରଣ କରି ପାରିବା।ଡକ୍ଟର
ପ୍ରଦୀପ କୁମାର ମହାନ୍ତି, ଏଚ୍ ଓ ଡି, ମେଡ଼ିସିନ୍,
ଭିମ୍ ସାର୍, ବୁର୍ଲା କହିଲେ ଯେ ନିଶା ମାନସିକ ରୋଗ
ସୃଷ୍ଟି କରେ । କେବଳ ମେଡ଼ିସିନ୍ ଦ୍ଵାରା ଯେ ନିଶାଠୁ
ଦୂରେଇ ହେବ ଏହା ନୁହେଁ। ଏଥିପାଇଁ ସାମୁହିକ ଚେଷ୍ଟା
ଆବଶ୍ୟକ । ଆଶୋକ କୁମାର ସେଠ୍ ଏକ୍ସସାଇଜ୍
ସୁପରିନ୍ ଟେନ୍ ଡେଣ୍ଟ କହିଲେ କି ସଚେତନତା,
ମେଡ଼ିଟେସନ, ମେଡ଼ିସିନ୍ ଦ୍ଵାରା ନିଶା ନିବାରଣ
କରା ଯାଇ ପାରିବ। ପ୍ରଫେସର୍ ବଂଶୀଧର ମାଝୀ,
କୁଳପତି, ଭି ସୁଟ, ବୁର୍ଲା କହିଲେ, ଭଲ ଖାଦ୍ୟ ଆଉ
ବିଷ ଖାଦ୍ୟ ଯଦି କାହାକୁ ଦିଆ ଯାଏ ତେବେ ନିଶ୍ଚିତ
ଭାବେ ସେ ଭଲ ଖାଦ୍ୟ କୁ ନେବ। ଆମେ ଭଲ ମନ୍ଦ
ବୁଝାଇ ନିଶା ନିବାରଣ କରି ପାରିବା । ଭ୍ରାତା
ସତ୍ୟନାରାୟଣ ଅଗ୍ରୱାଲ, ଚେୟାରମେନ୍, ରେଙ୍ଗାଲି
କହିଲେ କି ମଜୁରୀଆମାନେ କହନ୍ତି ଥକ୍କା ମାରିବା
ପାଇଁ ମଦ ପିଅନ୍ତି। ତାଙ୍କୁ ଭଲ ଭାବେ ବୂଝାଇଲେ
ମେଡିଟେସନ କରିବେ ଓ ଶୋଇପଡ଼ି ମଦ ନିଶା
ଭୁଲି ଯିବେ ।
ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀ ସମସ୍ତଙ୍କୁ ରାଜଯୋଗ
କରାଇଲେ । ବ୍ରହ୍ମାକୁମାରୀ ଆରତୀ ଭଉଣୀ
ନିଶା ନିବାରଣର ଶପଥ ପାଠ କରାଇ ଥିଲେ ।
କୁମାରୀ ତ୍ରିସା ସ୍ୱାଗତିକା ନୃତ୍ୟ ପରିବେଷଣ କରିଥିଲେ।
ବ୍ରହ୍ମାକୁମାରୀ ରାସେଶ୍ୱରୀ ଭଉଣୀ, କ୍ଷେତରାଜପୁର
ଛୋଟ ସ୍କୁଲ ପିଲାଙ୍କୁ ନେଇ ନିଶା ନିବାରଣ ଉପରେ
ବହୁତ ସୁନ୍ଦର ନାଟକ ଦେଖାଇଥିଲେ। ବି. କେ
ସୁଜାତା ଭଉଣୀ ଓ ଜ୍ୟୋତି ଭଉଣୀ, ସମ୍ବଲପୁର
ନିଶା ନିବାରଣ ଉପରେ ସୁନ୍ଦର ଗୀତ ଟିଏ ବୋଲି
ଶୁଣାଇ ଥିଲେ ।
ସମସ୍ତ ସରପଞ୍ଚଙ୍କୁ ନେଇ ନିଶା ନିବାରଣ ସମ୍ପର୍କରେ
ଆଲୋଚନା କରାଗଲା। ସମସ୍ତେ ନିଜ ନିଜ ମତ
ଦେଲେ ଓ ସହଯୋଗର ହାତ ବଢାଇଲେ।