Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତକ ପ୍ରେମିକ

ଧର୍ମଗଡ଼ – ପରସ୍ପର ଭଲ ପାଉଥିଲେ।‌ପରିବାର ଲୋକେ ସମ୍ମତି ପ୍ରଦାନ କଲେ ନାହିଁ ବୋଲି ଘର ଛାଡ଼ି ପଳେଇଲେ। ରବିବାର ସେମାନଙ୍କ ମୃତଦେହ ଗାଁ ବିଲରୁ ଉଦ୍ଧାର ହୋଇଛି।‌ ମୃତ ଦେହ ଠାବ ପରେ ଗାଁ ରେ ଘଟଣାକୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଧର୍ମଗଡ଼ ବ୍ଳକ ଡୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଧର୍ମଗଡ଼ ବ୍ଳକ ଡ଼ୁମେରଗୁଡା ପଞ୍ଚାୟତ ବାଞ୍ଜିପଦର ଗ୍ରାମର ସୁନୀଲ ପଟେଲ ଓ (17)ଜେମାମଣି ପଟେଲ (15) ମଧ୍ୟରେ ପ୍ରେମ‌ ସମ୍ପର୍କ ଥିଲା । ଉଭୟେ ଏକା ସମ୍ପ୍ରଦାୟର ହୋଇଥିଲେ ହେଁ ପରିବାର ଲୋକଙ୍କ ଏଥିରେ ସମ୍ମତି ନଥିବାରୁ ଗତ ୩୦/୬ରେ ଉଭୟେ ଘର ଛାଡ଼ି ପଳାଇ ଥିଲେ। ପରିବାର ଲୋକେ ଖୋଜାଖୋଜି କରି ଏନେଇ ଥାନାରେ ଏତଲା ଦେଇଥିଲେ। ପୁଲିସ ଏନେଇ ଏକ ନିଖୋଜ ମାମଲା ଦାଏର କରିଥିବାବେଳେ ରବିବାର ଅର୍ଦିଥାତ୍ ଘଟଣାର ୯ ଦିନ ପରେ ଗାଁ ବିଲରୁ ଉଭୟଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। କିଛି ଛେଳି ଚରାଳି ସାବୁନିଭାଡ଼ି ଓ ବାଞ୍ଜିପଦର ଗ୍ରାମ ମଝିରେ ଥିବା ନାଳ ନିକଟରେ ଦୁଇଜଣଙ୍କ ଶବ ପଡିଥିବା ଦେଖି ଗାଁ ଲୋକଙ୍କୁ କହିଥିଲେ । ପରେ ଧର୍ମଗଡ ପୋଲିସ କୁ ଜଣାଇବା ପରେ ପୋଲିସ ସୂଚନା ପାଇ ମୃତ୍ୟୁ ଶରୀର କୁ ଅଧାପୋଡା। ଅବସ୍ଥାରେ ଜବତ କରିଛି l ଉଭୟ ସୁନୀଲ ପଟେଲ ଓ (17)ଜେମାମଣି ପଟେଲ (15) ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ପୋଲିସ ଏମାନଙ୍କ ମୄତ୍ୟୁ କୁ ବିଭିନ୍ନ ଦିଗରୁ ତଦନ୍ତ କରୁଛି । ଏହା ପ୍ରେମ ଜନିତ ଆତ୍ମହତ୍ୟା କି ହତ୍ୟା ସେ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।