Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬୬୨ ବର୍ଗର ମହାବିଦ୍ୟାଳୟ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

ବିଭିନ୍ନ ଦାବି ନେଇ ଆଜି ଯାଜପୁର ଜିଲ୍ଲାର ୬୬୨ ବର୍ଗର ମହାବିଦ୍ୟାଳୟ ସଙ୍ଘ ପକ୍ଷରୁ ଯାଜପୁର ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ସରକାର ୨୦୨୧ ମସିହାରେ ଉଭୟ ୬୬୨ ଏବଂ ୪୮୮ ବର୍ଗ ର ଅଧ୍ୟାପକ ଙ୍କ ପାଇଁ ସମାନ କାମ କୁ ସମାନ ଦରମା ପ୍ରଦାନ ପାଇଁ ଘୋଷଣା କରିଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ନେଇ ପାତର ଅନ୍ତର କରାଯାଇଥିବା ମହାବିଦ୍ୟାଳୟ ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି । ସେହିପରି ଅବସରଗ୍ରହଣ କରିଥିବା କର୍ମଚାରୀଙ୍କୁ ପେନସନ, ଦରମା ବୃଦ୍ଧି ଓ ଅନ୍ୟାନ୍ୟ ୪ ଦଫା ସମ୍ବଳିତ ଦାବି ନେଇ ସଂଘର ରାଜ୍ୟ ଉପସଭାପତି କୈଲାଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଯାଜପୁର ଜିଲପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସଂଘର ଜିଲା ସଭାପତି ବିଜୟ କୁମାର ଦାସଙ୍କ ନେତୃତ୍ବରେ ଜିଲାର ବହୁ ବରିଷ୍ଠ ଅଧ୍ୟାପକ ଓ କର୍ମଚାରୀ ମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ