Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ|

ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ଅଧିନସ୍ତ ମଙ୍ଗଳପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଛି। ମହାବିଦ୍ୟାଳୟର ରେଡ଼କ୍ରସ ୟୁନିଟ ପକ୍ଷରୁ କୋଅର୍ଡିନେଟର ଅଧ୍ୟାପିକା ସୁଷମା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏକ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ଶ୍ରରାମପୁର ଗ୍ରାମ ଯାଏ ଭ୍ରମଣ କରି ବୃକ୍ଷର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଗତ ୩ଦିନ ହେବ ଛାତ୍ରୀ ମାନେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ଆଦି ଗଛ ଲଗାଉଛନ୍ତି। ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ମିନାକ୍ଷୀ ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ସଚେତନ କରାଇଥିଲେ| ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶୁଭଶ୍ରୀ ଘଡ଼ାଇ, ପ୍ରମିଳା ବାଇ, ତପସ୍ୱିନୀ ଭଞ୍ଜ, ସରିତା ନାୟକ, ରୋଜାଲିନ ନାୟକ, ଶୁଭସ୍ମିତା ସାହୁ ଲାଇବ୍ରେରୀଆନ ମନ୍ମଥ ସାହୁ, କିରାଣୀ କୁସେନ୍ଦ୍ର ପ୍ରଧାନ, ଅନ୍ୟମାନଙ୍କ ମଧ୍ୟରେ ଗୀତାରାଣୀ ସାହୁ, ଚିତରଞ୍ଜନ ବାରିକ, ସବିତା ଦାସ ଆଦି ଉପସ୍ଥିତ ଥିଲେ| ବୃକ୍ଷ ଲଗାଇବା ଯେତିକି ଗୁରୁତ୍ୱପୂର୍ଣ ତାର ଯତ୍ନ ନେବା ମଧ୍ୟ ଅଧିକ ଗୁରୁତ୍ୱପୁର୍ଣ ବୋଲି ଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଇଥିଲେ|