Notice: Function _load_textdomain_just_in_time was called incorrectly. Translation loading for the jwt-auth domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /var/www/html/wp-includes/functions.php on line 6121
ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ବିଜେପି ର ୨୧ ପ୍ରଶ୍ନ ? - Odisha.News ଓଡ଼ିଆ ଖବର

Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ବିଜେପି ର ୨୧ ପ୍ରଶ୍ନ ?

ସମ୍ବଲପୁର:୨୦୧୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଦଳୀୟ ନେତାଙ୍କ ଖଟି ଘର ସାଜିଛି ।ଗତ ମାର୍ଚ୍ଚ ମାସ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିବା ୨୫ ଅଭିଯୋଗ ପଡିରହିଛି। ପୁଣି ୫ ଟି ସଚିବ ଏଯାଏ ୧୮ ହଜାର ଅଭିଯୋଗ ହାତରେ ଧରି ଭୁବନେଶ୍ବର ଯାଇଛନ୍ତି। ଅର୍ଥାତ୍ ୪୩ ହଜାର ଅଭିଯୋଗର ଗୋଟିଏ ବିଚାର ହୋଇପାରୁନଥିବା ବେଳେ ୫ଟି ସଚିବଙ୍କ ଗସ୍ତକୁ ନେଇ ବିଜେପି ଖପ୍ପା ହୋଇଛି। ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ତାଙ୍କ ବ୍ୟକ୍ତିଗତ ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି। ଏହା ଲୋକ ଦେଖାଣିଆ।ପ୍ରକୃତରେ ଯଦି ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅସଲ ଦରଦ ଅଛି ତେବେ ଆମର ୨୧ଟି ପ୍ରଶ୍ନର ଉତ୍ତର ଧରି ବ୍ୟକ୍ତିଗତ ସଚିବ ସମ୍ବଲପୁର ଆସନ୍ତୁ ବୋଲି ବିଜେପି ଆହ୍ୱାନ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ୨୧ ପ୍ରଶ୍ନ ଛାଡି ଉତ୍ତର ଲୋଡିଛି ବିଜେପି।
୧) ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାଢେ଼ ଚାରି କୋଟି ଓଡିଆ ଙ୍କ ମୁଖ୍ୟମନ୍ତ୍ରୀ । ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ, ପ୍ରାନ୍ତୀୟ ଓ ରାଜନୈତିକ ବିଚାରଧାରା ନିର୍ବିଶେଷରେ ସମସ୍ତେ ତାଙ୍କୁ ଭେଟି ଅଭିଯୋଗ କରି ପାରିବା ଅଧିକାର ରହିଛି । ଗତ ୨୩ ବର୍ଷ ରେ ଭୁବନେଶ୍ଵର ସ୍ଥିତ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଖୋଦ୍ ଆସି ସିଧସଳଖ ସାକ୍ଷାତ ଓ ଅଭିଯୋଗ ଗ୍ରହଣ ପାଇଁ ମାତ୍ର ୨୩ ଥର ଆସିଛନ୍ତି କି..??
୨) ଯଦି ରାଜ୍ୟ ର ସାଧାରଣ ଜନତାଙ୍କ ଅଭିଯୋଗ ଓ ଦୁଃଖ ଶୁଣିବାର ବୁଝିବାର ପ୍ରକୃତ ଅଭିପ୍ରାୟ ରହିଛି ତାହେଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ କାହିଁକି ନିଜର ଅଭିଯୋଗ ପ୍ରକୋଷ୍ଠ କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ନିଜେ ରାଜ୍ୟବାସୀ ଙ୍କୁ ସାକ୍ଷାତ କରୁ ନାହାନ୍ତି..??
୩) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଅମଳରୁ ରାଜ୍ୟରେ ରାଜନୀତି କରୁଥିବା, ବିଭିନ୍ନ ସମୟର ଗୁରୁଦାୟିତ୍ଵ ବହନ କରିଥିବା ଓ ଆଜି ନବୀନ ପଟ୍ଟନାୟକ ସରକାରରେ କାର୍ଯ୍ୟରତ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ମଧ୍ୟରୁ ଏମିତି କେହିବି ଯୋଗ୍ୟ ନେତା ନାହାଁନ୍ତି କି, ଯିଏ କି ମୁଖ୍ୟମନ୍ତ୍ରୀ ଙ୍କ ବିଶ୍ଵାସ ଭାଜନ ହୋଇ ତାଙ୍କର ପ୍ରତିନିଧିତ୍ଵ କରିପାରିବେ..?
୪) ଅମଲାତନ୍ତ୍ରର ଜଣେ ସଚିବ ସ୍ତରର ଅଧିକାରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ରେ ସାଂସଦ, ମନ୍ତ୍ରୀ, ବିଧାୟକ ଙ୍କ ଭଳି ଜନପ୍ରତିନିଧି ନିୟୋଜିତ ହେବେ କେତେ ଯୁକ୍ତି ସଙ୍ଗତ…?
୫) ଯଦି ଏହା ଲୋକଙ୍କ ପାଖକୁ ସରକାର ପହଞ୍ଚିବାର କାର୍ଯ୍ୟକ୍ରମ ତାହେଲେ ମଞ୍ଚ ରେ ସ୍ଥାନୀୟ ସାଂସଦ, ବିଧାୟକ ଙ୍କ ସମେତ ବିଭାଗୀୟ ମନ୍ତ୍ରୀ କାହିଁକି ମଞ୍ଚାସିନ ନ ହୋଇ କେବଳ ଜଣେ ସଚିବ କାହିଁକି ମଞ୍ଚ ରେ ରହୁଛନ୍ତି..?
୬) କୃଷିଭିତ୍ତିକ ଆମ ରାଜ୍ୟ ର କୃଷକ ବା ଅନ୍ନଦାତା ମାନଙ୍କୁ ସର୍ବନିମ୍ନ ଜଳସେଚନ, ବିହନ, ସାର, କୀଟନାଶକ ଯୋଗାଇବାରେ ବିଫଳ ସରକାର ଉତ୍ପାଦିତ ଧାନ ବିକ୍ରି ସମୟରେ ଟୋକନ୍ ବ୍ୟବସ୍ଥା କରି ବର୍ଷ ବର୍ଷ ଧରି କାହିଁକି ଶୋଷଣ କରିଚାଲିଛନ୍ତି?
୭) ଆମର ଜଳ, ଜମି, ଜଙ୍ଗଲ ଖଣି, ଖାଦାନ କୁ ବ୍ୟବହାର କରୁଥିବା ସମସ୍ତ ଶିଳ୍ପାନୁଷ୍ଠାନ ମାନଙ୍କରେ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବାରେ ରାଜ୍ୟ ସରକାର ଙ୍କର ଶିଳ୍ପନୀତି ଦାୟୀ ନୁହେଁ କି?
୮) ଶିଳ୍ପପତି ଓ ସରକାର ଙ୍କ ମଧୂଚନ୍ଦ୍ରିକା ଯୋଗୁଁ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ପାଇଁ ଜମିହରା ବାସହରା ହେଉଥିବା ପରିବାର ଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ନମିଳିବା କେତେଦୂର ଯୁକ୍ତିଯୁକ୍ତ…?
୯) ୨୦୧୬ ରେ ସୋହେଲା ଠାରେ ହେଇଥିବା ଚାଷୀ ସମାବେଶ ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ କ୍ଵିଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ କୁଆଡେ ଗଲା..?
୧୦) ଯୁଯୁମୁରା ବ୍ଲକ ନିଲଡୁଙ୍ଗରୀ ଠାରେ ୨୦୧୦ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଶିଳାନ୍ୟାସ ହୋଇଥିବା ଅତ୍ୟାଧୁନିକ କୃଷକ ବଜାର ପ୍ରାଙ୍ଗଣ କାହିଁକି ଆଜି ଯାଏଁ ନିର୍ମାଣ ହୋଇପାରିଲା ନାହିଁ..?
୧୧) ମାଟିର ବୀର ପୁତ୍ର ମହାନ୍ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମସ୍ଥାନ କୁ ରାଜ୍ୟ ମାନଚିତ୍ର ରେ ଏକ ଐତହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳୀ ଭବେ ସ୍ଥାନିତ କରିବା ପାଇଁ କାହିଁକି ଆଜି ଯାଏଁ କିଛି ପଦକ୍ଷେପ ନିଆଯାଇ ନାହିଁ…?
୧୨) ୨୦୧୯ ନିର୍ବାଚନ ପୁର୍ବରୁ ବିଜୁ ଯୁବ ବାହିନୀ ଭଳି ଏକ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରର ସର୍ବପୁରାତନ ଓ ଏକମାତ୍ର ଷ୍ଟାଡିୟମ୍ କୁ ବ୍ୟବହାର କରି ଛାରଖାର କରି ଦିଆଯାଇଥିଲା । ସବୁ ବର୍ଗ ରୁ ବିରୋଧ ହେବା ପରେ ଉକ୍ତ କାର୍ଯ୍ୟକ୍ରମ ରେ ଖୋଦ୍ ମୁଖ୍ୟମନ୍ତ୍ରୀ ଷ୍ଟାଡିୟମ୍ ର ମରାମତି ପାଇଁ ତିନି କୋଟି ଟଙ୍କା ଘୋଷଣା କରିଥିଲେ । ତାହା ଆଜି ଯାଏଁ କାହିଁକି ମିଳିଲା ନାହିଁ…?
୧୩) ବିଦ୍ୟୁତ୍ ଉତ୍ପାଦନ ରେ ବଳକା ରାଜ୍ୟ ଆମ ଓଡ଼ିଶା ରୁ ବିଜୁଳି କିଣି ଅନ୍ୟ ରାଜ୍ୟ ଯଦି ତାଙ୍କ ଉପଭୋକ୍ତା ଙ୍କୁ କମ୍ ଦାମ ରେ ବିକ୍ରୀ କରୁଛନ୍ତି, ତାହେଲେ ଆମ ରାଜ୍ୟରେ ବିଜୁଳି ଦର ଏତିକି ମହଙ୍ଗା କାହିଁକି..?
୧୪) ସ୍ବାଧୀନତାର ୭୫ ବର୍ଷ ପରେ ଓ ରାଜ୍ୟ ରେ ଦୁଇ ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଶାସନ କଲାପରେ ମଧ୍ଯ ଚିକିତ୍ସାଳୟରେ ଚିକିତ୍ସକ ଓ ବିଦ୍ୟାଳୟ ମହାବିଦ୍ୟାଳୟ ରେ ଶିକ୍ଷକ ଅଭାବ କାହିଁକି…?
୧୫) ସମ୍ବଲପୁର ପୌର ପରିଷଦ କୁ ମହାନଗର ନିଗମ ଘୋଷଣା କରାଯିବାର ୧୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ କାହିଁକି ନିର୍ବାଚନ କରାଯାଉ ନାହିଁ..?
୧୬) ବର୍ତ୍ତମାନ ଦୁର୍ନୀତି ଓ ଭ୍ରଷ୍ଟାଚାର ର ଗନ୍ତାଘର ସାଜିଥିବା ସମ୍ବଲପୁର ମହାନଗର ନିଗମ ଭଳି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କାହା ସ୍ବାର୍ଥରେ ଦୀର୍ଘ ବର୍ଷ ଧରି ପ୍ରାଶାସନିକ ଅଧିକାରୀ ଙ୍କ ହାତ କୁ ଟେକି ଦିଆଯାଇଛି..?
୧୭) ହୀରାକୁଦ ଜଳଭଣ୍ଡାର ତଳେ ଓ ଚିରସ୍ରୋତା ମହାନଦୀ କୂଳରେ ଥାଇ ମଧ୍ୟ ସମ୍ବଲପୁରବାସୀ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ କାହିଁକି ?
୧୮) ଜଣ୍ଡିସ ସମୟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୬୦ କୋଟି ଟଙ୍କା ଗଲା କୁଆଡେ..?
୧୯) ତଥାକଥିତ ସ୍ଵୟଂଶାସିତ ବୁର୍ଲା ଭିମ୍ସାରକୁ କାହିଁକି ପୂର୍ଣ୍ଣ ଆର୍ଥିକ ଓ ପ୍ରଶାନିକ କ୍ଷମତା ପ୍ରଦାନ କରାଯାଉ ନାହିଁ ?
୨୦) ଦେଶର ଧନୀ ରାଜ୍ୟ ମାନଙ୍କରେ ପ୍ରିପେଡ ଇଲେକ୍ଟ୍ରିକାଲ ସ୍ମାର୍ଟ ମିଟରର ବ୍ୟବସ୍ଥା ନଥିବା ବେଳେ ଆମ ଗରିବ ରାଜ୍ୟରେ ଏହି ବ୍ୟବସ୍ଥା କାହା ସ୍ବାର୍ଥ ରେ…?
୨୧) ସମ୍ବଲପୁର ସମଲେଇ ଯୋଜନାର କାର୍ଯ୍ୟ ଅତି ନିମ୍ନ ମାନର ହେଉଛି । ଯାହାର ସଦ୍ୟ ଉଦାହରଣ ହେଲା, ନବ ନିର୍ମିତ ଶ୍ମଶାନର ଛାତରୁ ପାଣି ଗଳିବା । ଏଥି ପାଇଁ ଦାୟୀ କିଏ..?