ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ବ୍ଲକର ତବଡା ଗ୍ରାମର ଜିତେନ ବେହେରା । ଦୀର୍ଘ ୮ ବର୍ଷ ହେଲାଣି ଜଟିଳ ମାଂସ ପେଶି ରୋଗରେ (DMD )ରେ ପୀଡିତ ହୋଇଥିଲେ l ଅର୍ଥ ଅଭାବରୁ ଉତମ ଚିକିତ୍ସା କ୍ରାଇପାରୁନଥିଲେ।ଜିତେନ ପରିବାର ଅନୁଗୁଳ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫରୁ ସହାୟତା ପାଇଁ ଜଣାଇଥିଲେ । ଆଜି ଜିତେନର ବାପା ପ୍ରଭାତ ବେହେରା ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି l ସହାୟତା ପାଇ ଥିବାରୁ ଜିତେନ ପରିବାର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।