ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ।


ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଗଣ୍ଡଗୋଳ, ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି। ଯାଜପୁର ସଦର ଥାନା ସାହସପୁର ଗ୍ରାମପଂଚାୟତର ଗୋବିନ୍ଦପୁର ଗ୍ରାମର କ୍ଷେତ୍ରବାସୀ ଦାସ ଓ ସୁଧୀର ସାହାଣୀଙ୍କୁ ଆକ୍ରମଣ କରିଛନ୍ତି ସେହି ଗ୍ରାମର କେତେ ଜଣ ବ୍ୟକ୍ତି l ଗତକାଲି ରାତିରେ ଗଜି ପାଢ଼ୀ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିଲା। ଉଭୟ ଆହତ ସୁଧୀର ସାହାଣୀ ଏବଂ କ୍ଷେତ୍ରବାସୀ ଦାସ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ଉଭୟ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମିଳିବା ପରେ ସଦର ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି|