Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁଲ ଇଂଜେକସନ ଦେବା ଦ୍ୱାରା ଶିଶୁର ମୃତ୍ୟୁ|

ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ବିରୁହାଁ ପଂଚାୟତ ମନ୍ଦାରଖଣ୍ଡ ଛକରେ ମେଡିସିନ ଦୋକାନର ଭୁଲ ଇଂଜେକସନରେ ୫ବର୍ଷର ଶିଶୁ ପୁତ୍ର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଦଶରଥପୁର ଥାନା ମୁଗୁପଦା ଅଂଚଳର ସୁରେନ୍ଦ୍ର ମଲିକଙ୍କ ପୁଅ ଓମ। ଖବର ଅନୁସାରେ ଶିଶୁର ଝାଡାବାନ୍ତି ହେଉଥିବା ବେଳେ ପରିବାର ଲୋକେ ପ୍ରଥମେ ଏକ ସ୍ଥାନୀୟ ମେଡିସିନ ଦୋକାନରେ ପଚାରିବାରୁ ବ୍ୟବସାୟୀ ଜଣକ ଏକା ସଙ୍ଗେ ଦୁଇଟି ଇଂଜେକସନ ଦେବାକୁ ପରାମର୍ଶ ଦେଇଥିଲେ। ଇଂଜେକସନ ଦେବା ପରେ ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ଶିଶୁଟିକୁ ଉକ୍ତ ଦୋକାନୀ ଗାଡିରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ନିଆଯାଇଥିଲା। ତେବେ ଶିଶୁକୁ ଚିକିତ୍ସାଳୟ ନେବା ବେଳକୁ ତାର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପଟେ ଦୋକାନୀ ଜଣଙ୍କ ମେଡିକାଲରେ ପିଲାଟିକୁ ଛାଡି ଫେରାର ହୋଇଯାଇଥିଲେ। ମୃତ ଦେହ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବ୍ୟବଛେଦ ପାଇଁ ରଖାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ