Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମସ୍ୟା ସମାଧାନ ନେଇ ମଙ୍ଗଳପୁର ଥାନାରେ ସାମ୍ବାଦିକଙ୍କ ସହ ବୈଠକ|

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ରବିବାର ଦିନ ନୂତନ ଆଇଆଇସି ଭାବେ ଚିନ୍ମୟୀ ସାହୁ ଯୋଗ ଦେବାପରେ ବିଭିନ୍ନ ସମସ୍ୟା ନେଇ ସମ୍ବାଦିକ ମାନଙ୍କ ସହ ଆଲୋଚନା କରିଛନ୍ତି| ବିଗତ କିଛି ମାସ ମଧ୍ୟରେ ମଙ୍ଗଳପୁର ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା| ଯାହାକୁ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି ଶ୍ରୀମତୀ ସାହୁ| ମଙ୍ଗଳବାର ଅପରାହ୍ନରେ ଦଶରଥପୁର ବ୍ଲକ ଏବଂ ମଙ୍ଗଳପୁର ଅଞ୍ଚଳର ସମସ୍ତ ସାମ୍ବାଦିକ ମାନଙ୍କ ସହ ଏକ ବୈଠକ କରି ନାନା ସମସ୍ୟା ନେଇ ଆଲୋଚନା କରିଛନ୍ତି| ଏଥି ସହ ଉପୁଜୁଥିବା ସମସ୍ୟା ଗୁଡିକୁ ସମାଧାନ ଲାଗି ଅଂଚଳବାସୀଙ୍କ ସହଯୋଗ କାମନା କରିଛନ୍ତି| ଏହି ବୈଠକରେ ମଙ୍ଗଳପୁର ଥାନାର ଆଇଆଇସି ଚିନ୍ମୟୀ ସାହୁ, ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀଚନ୍ଦନ, ଏସଆଇ କୈଳାସ ଚନ୍ଦ୍ର ଭୋଇ, ଏସଆଇ ବିପିନ କୁମାର ସାହୁ, ଏଏସଆଇ ଚନ୍ଦନ ମହାନ୍ତି, ଏଏସଆଇ ବିକ୍ରମ ରାଉତରାୟ, ଏଏସଆଇ ସଂଯୁକ୍ତା ପଣ୍ଡାଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ| ଉପୁଜିଥିବା ସମସ୍ୟା ମଧ୍ୟରେ ମୁଖ୍ୟତଃ ଟ୍ରାଫିକ ସମସ୍ୟା, ଚୋରୀ, ରାତ୍ରୀ ପାଟ୍ରୋଲିଂ, ଥାନାର ଅଭ୍ୟର୍ଥନା ଆଦି ଲେଖି ରଖିବା ସହ ସମାଧାନ ଲାଗି ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି| ତେବେ ନୂତନ ଆଇଆଇସିଙ୍କ ଠାରୁ ଅଞ୍ଚଳବାସୀ ସଠିକ ନ୍ୟାୟ ଏବଂଆଇନ ଶୃଙ୍ଖଳା ଲାଗି ଉପଯୁକ୍ତ ପଦକ୍ଷେପ ଆଶା ରଖିଛନ୍ତି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ