Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଶୀ ଲଗାଇ ନାବାଳକର ଆତ୍ମହତ୍ୟା।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତ ବିନ୍ଧାନନ୍ଦିପୁର ଗ୍ରାମର ଗୋକୁଳ ଯେନାଙ୍କ ପୁଅ ରାଜେନ୍ଦ୍ର ଯେନା (୧୬ ବର୍ଷ) ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ରାଜେନ୍ଦ୍ର ଚଳିତ ବର୍ଷ ପାଲଟପୁର ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ| ସୂଚନା ଅନୁସାରେ ରାଜେନ୍ଦ୍ର ନିଜର ପିଲାଳିଆମୀ ଗୁଣ ତଥା ବଦମାସୀ ଲାଗି ଘରୁ ଗାଳିଗୁଲଜ ଶୁଣି ରାତିରୁ ଘରୁ କେଉଁ ଆଡେ ପଲାଇଯାଇଥିଲା। ଘର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିଲେ। ତେବେ ସକାଳୁ ଗ୍ରାମ ନିକଟସ୍ଥ କେଳାପତି ଘେରାରେ ଥିବା ଏକ ଆମ୍ବଗଛରେ ରାଜେନ୍ଦ୍ରର ଶରୀର ଝୁଲୁଥିବାର ଜଣେ ବ୍ୟକ୍ତି ଦେଖି ଡାକପକାଇଥିଲେ। ଖବର ପାଇ ପରିବାର ଲୋକେ ଉକ୍ତ ସ୍ଥାନରେ ପହଂଚିଥିଲେ ଏବଂ ଏଭଳି ଘଟଣା ଯୋଗୁଁ ଘାଟଣ ସ୍ଥଳରେ ଲୋକଙ୍କର ଭିଡ଼ ବଢ଼ିଥିଲା। ଖବର ଜଣାପଡ଼ିବା ପରେ ମଙ୍ଗଳପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜଣେ ନାବାଳକର ଏଭଳି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଥାଉ କି ବର୍ତ୍ତମାନ ସମୟରେ ସଚେତନତା ଅଭାବରୁ କୋମଳମତି ଛାତ୍ରଛାତ୍ରୀ ନିଜକୁ ଶେଷ କରିବାକୁ ତିଳେ ମାତ୍ର ପଛ ଘୁଞ୍ଚା ଦେଉନାହାନ୍ତି| ପିଲାଟି ବେଳରୁ ଶାସନ ଏବଂ ଅନୁଶାସନର ଅଭାବ ହେତୁ ଦିନକୁ ଦିନ ବିଷମ ପରିସ୍ଥିତି ସୃଷ୍ଟି ହେଉଛି| ଅଭିଭାବକ ମାନେ ଯଦି ଏ ପ୍ରତି ଦୃଷ୍ଟି ନ ଦେଉଛନ୍ତି ତେବେ ଆଗାମୀ ପୀଢ଼ି ଆଧୁନିକତାର ଆଳରେ ବିପଦ ମୁଖ କୁ ଠେଲି ହୋଇ ଚାଲିବ| ବର୍ତ୍ତମାନର ଶିଶୁ ଆଗାମୀ ଦିନର ଭବିଷ୍ୟତ| ଏହାକୁ ଦୃଷ୍ଟିରେ ରଖି ଶାସନ, ଅନୁଶାସନ, ସଠିକ ଶିକ୍ଷା ଏବଂ ସଚେତନତା ଦ୍ୱାରା ପିଲାଟିକୁ ଗଢି ତୋଳି ପାରିଲେ ଏକ ସୁସ୍ଥ ସମାଜ ଗଠନରେ ଏହା ସହାୟକ ହେବ ନିଶ୍ଚୟ|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ