Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜରାଜୀର୍ଣ୍ଣ ଅବସ୍ଥାରେ କୟାଁଗୋଲା ସେତୁ

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀର କୟାଁଗୋଲା ସେତୁ ଯାହା ଆଜକୁ ପାଖାପାଖି ୨୦ବର୍ଷ ହେବ ନିର୍ମିତ ହେଇଥିଲା। ଯଦ୍ୱାରା ଭଦ୍ରକ, ପୂର୍ବ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସିଧାସଳଖ ସଡ଼କ ମାଧ୍ଯମରେ ଯୋଗାଯୋଗ ସମ୍ଭବ ହେବା ସହ ଉଭୟ ଜିଲ୍ଲାବାସୀଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କ ବୃଦ୍ଧିରେ ଏହା ସହାୟକ ହୋଇପାରିଛି। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ପୋଲ ନିର୍ମିତ ହେବା ଠାରୁ ଆଜି ପର୍ଯ୍ୟନ୍ତ କୌଣସି ସମ୍ପୃକ୍ତ ଅଧିକାରୀ ଉକ୍ତ ପୋଲ ପ୍ରତି ଦୃଷ୍ଟି ଦେଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଫଳରେ ଏହି ପୋଲରେ ଦୀର୍ଘ ଦିନ ହେବ ଫାଟ ସୃଷ୍ଟି ହୋଇ ସୁରକ୍ଷା ବାଡ ମଧ୍ୟ ଭାଙ୍ଗିଗଲାଣି। ପୋଲର ଯୋଡେଇ ଅଂଶ ପ୍ଲେଟର ଫାଙ୍କ ମଧ୍ୟ ବଢିଥିବା ପରିଲକ୍ଷିତ ହେଉଛି| ପ୍ରକାଶ ଥାଉ କି ପ୍ରତ୍ୟହ ଉକ୍ତ ପୋଲ ଦେଇ ଶହ ଶହ ସଂଖ୍ୟାର ଭାରୀ ଯାନ ବ୍ୟତୀତ ଅନ୍ୟାନ୍ୟ ଯାତ୍ରୀବାହୀ ଗାଡ଼ି ଯାତାୟାତ କରୁଛି| କେତେବେଳେ ଯେ କିଛି ଅଘଟଣର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ| ଏଭଳି ସମସ୍ୟାକୁ ଗୁରୁତର ସହ ବିଚାର କରି ପୋଲର ମରାମତି ଉପରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ଜୋର୍ ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ