Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲୁଟିନେଲେ ନଗଦ ଟଙ୍କା, ସୁନା ଅଳଙ୍କାର

ଘରେ କେହି ନଥିବା ବେଳେ ଘରେ ପଶି ଦୁର୍ବୁର୍ତ୍ତ ଲୁଟିନେଲେ ନଗଦ ଟଙ୍କା, ସୁନା ଅଳଙ୍କାର। ଯାଜପୁର ଟାଉନ ଥାନା ଅବଦଲପୁର ଅଞ୍ଚଳରେ ଘଟିଛି ଏହି ଭଳି ଅଘଟଣ। ବନ୍ଧମୁଣ୍ଡା ଅଞ୍ଚଳରୁ ଆସି ନରସିଂହ ଚୌଧୁରୀ ମହାବିଦ୍ୟାଳୟ ସମ୍ମୁଖରେ ଭଡାସୂତ୍ରରେ ରହିଥିବା ଦେବବ୍ରତ ମିଶ୍ର କିଛି ଦିନ ପାଇଁ ନିଜ ଗାଁ କୁ ଯାଇଥିଲେ। ଗତକାଲି ରାତିରେ କେତେକ ଦୁର୍ବୁର୍ତ୍ତ ଏହାର ସୁଯୋଗ ନେଇ ଘରର ଝରକା ଗ୍ରିଲ ଭାଙ୍ଗି ଲକରରେ ଥିବା ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ସାଇଣ୍ଟିଫିକ ଟିମର ସହାୟତାରେ ଆଗକୁ ତଦନ୍ତ କରାଯିବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ