Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କାରଗିଲ ବିଜୟ ଦିବସରେ ବୃକ୍ଷ ରୋପଣ ଓ ସଚେତନତା ସଭା

ଜମନକିରା : କାରଗିଲ ବିଜୟ ଦିବସ ପାଳନ ଅବସରରେ ବାଉରୀଗୋଡା ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ପୂର୍ବରୁ ବରିଷ୍ଟ ଶିକ୍ଷକ ପ୍ରମୋଦ କୁମାର ଖର୍ସେଲଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟଅତିଥି, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ପ୍ରକୃତିବନ୍ଧୁ ତୁଳସୀମଞ୍ଜରୀ ବହିଦାର ମୁଖ୍ୟବକ୍ତା, ପଣ୍ଡିତ ଅଲେଖ କୁମାର ପତି ଓ ପ୍ରକୃତିବନ୍ଧୁ ରବୀନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିରେ ତିନି ପ୍ରକୃତିବନ୍ଧୁଙ୍କୁ ସମ୍ମାନିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ସବୁଜ ଶପଥ କରାଇଥିଲେ। ପ୍ରାରମ୍ଭରେ ବରିଷ୍ଟ ଶିକ୍ଷକ କ୍ଷିରିଶ୍ୱର ପଟେଲ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ପଦ୍ମ ଲୋଚନ ଗୁରୁ,କରିଶ୍ମା ପ୍ରଧାନ, ଡିଲେଶ୍ୱରି ରଣା, ହରିପ୍ରୀୟା କିସାନ, ବର୍ଷା ରୋହିଦାସ, ଦୀପକ ମାଝୀ, ପ୍ରଶାନ୍ତ ନାଏକ, ଦିବ୍ୟାରାଜ କିସାନ, ସ୍ଵାତି ପ୍ରଧାନ, ସୁନେଲି ନାଏକ ପ୍ରମୁଖଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯାଇଥିଲା।କାର୍ଯ୍ୟକ୍ରମକୁ ଶିକ୍ଷକ ଘନଶ୍ୟାମ ସାହୁ, ରାଉଳ କାଲୋ ପରିଚାଳନା କରିଥିଲେ।