Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସାତକମାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପକଣ୍ଠ ସାତକମାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବୃକ୍ଷରୋପଣ ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଟ ଶିକ୍ଷକ ସୁରଭି ନାଏକ, ଅନନ୍ତରାମ ପଟେଲ, କବୀ ପଙ୍କଜିନୀ ନାୟ ଙ୍କ ନେତୃତ୍ୱରେ ବୃକ୍ଷ ରୋପଣ କରାଯାଇଥିଲା।ଏଥିରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ସିଆରସିସି ଲକ୍ଷ୍ମୀନାରାୟଣ ନାୟକ ସମ୍ମାନିତ ଅତିଥି, ଶିକ୍ଷକ କୋଶଳେଶ୍ୱର ଖର୍ସେଲ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ସଚେତନତା ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃକ୍ଷ ରୋପଣ କରି ତାର ଯତ୍ନ ନେବାକୁ ଶପଥ ଗ୍ରହଣ କରିଥିଲେ।ସ୍ଲୋଗାନ ଦେଇ ପରିକ୍ରମା ମଧ୍ୟ କରିଥିଲେ। ପରେ ରୋଜି ସାଥୁଆ, ଵୈଦ୍ୟ ଷଣ୍ଢ, ସ୍ନେହଲତା ଠାକୁର, ଛାତ୍ରଛାତ୍ରୀ ବାବୁଲୁ ଦେହୁରୀ, ଶିବଦତ୍ତ ପରୁଆ, ଯୁବିଲି ବାଗ, କୋକିଳ ଦେହୁରୀ, ପରିଣିତା ଦେହୁରୀ, ଜିତେନ ପରୁଆ ଆଦି ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ।ଆଗାମୀ ଦିନରେ ଗ୍ରାମବାସୀଙ୍କ ବାଡ଼ିରେ ମଧ୍ୟ ଚାରା ରୋପଣ କରାଯିବ ବୋଲି ଘୋଷଣା କରାଯାଇଥିଲା। ସୁଜାତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।