Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଠାଜଳସେଚନ ପ୍ରକଳ୍ପର ମରାମତି ବାହାନାରେ ପିଚୁରାସ୍ତା ରେ ଗାତଖୋଲି ଛାଡିଦେଲେ, ଘଟୁଛି ଛୋଟବଡ ଦୁର୍ଘଟଣା,ଅବିଳମ୍ବେ କଂକ୍ରିଟ କରିବାକୁ ଦାବି

ଚିପିଲିମା,୩୦/୦୭ ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କାର୍ଡୋଳା ରେ ଦୁଇ ଓ ଚାରି ନମ୍ବର ଉଠାଜଳସେଚନ ପ୍ରକଳ୍ପର ଭୂତଳ ପାଇପ ବଦଳାଇବା ବାହାନାରେ ମୁଖ୍ୟ ଆରଡ଼ି ପିଚୁରାସ୍ତା କୁ ଭାଙ୍ଗି ଗାତଖୋଳି କଂକ୍ରିଟ କି ପିଚୁ କିଛି କରାଯାଇନାହିଁ।ଫଳରେ ସାମାନ୍ୟ ବର୍ଷାରେ ସେହି ଜାଗା କାଦୁଅରେ ପଚପଚ ହୋଇ ମାଟି ଦାବି ବଡ ଗାତ ହେଲାଣି।ଏଠାରେ ପ୍ରତ୍ୟହ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି।କେତେବେଳେ କଉ ଗାଡି ଫସି Nରାସ୍ତା ଜାମ ହେଉଛି ତ କେତେବେଳେ ଗାଡ଼ିରୁ ପଡି କେହି ଆହତ ହେଲାଣି।କାମ ଚାଲିଥିବାବେଳେ ଅଭିଯୋଗ କରାଯାଇଥିଲା, ହେଲେ ଏଠାରେ କଂକ୍ରିଟ କରିଦିଆଯିବ କୁହାଯାଇଥିଲା ଯାହାକି ଏପର୍ଯ୍ୟନ୍ତ କରାଯାଇନାହିଁ।ଏପରି ସ୍ଥିତିରେ ରାସ୍ତା ଭାଙ୍ଗିବା ପାଇଁ ଅନୁମତି ବିଭାଗୀୟ ଅନୁମତୀ ମିଳିଥିଲା କି ? ଯଦି ମିଳିଥିଲା କୌଣସି ସର୍ତ୍ତ ଥିଲା କି ? ଏମିତି ଅନେକ ପ୍ରଶ୍ନ ମନକୁ ଆସୁଛି।କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ଏଜାଗାକୁ କଂକ୍ରିଟ କରାଯାଉ ନଚେତ ଏନେଇ ବିକଳ୍ପ ରାସ୍ତା ଖୋଜିବା ପାଇଁ ଜନସାଧାରଣ ବାଧ୍ୟ ହେବେ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।