ବୀରମହାରାଜପୁର ସପ୍ତଦୀପା ସାହିତ୍ୟ ସଂସଦ ର ସାରସ୍ଵତ ଆସରରେ କବି ବଳରାମ ଦାସ ସମ୍ବର୍ଦ୍ଧିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର କାର୍ଯ୍ୟଳୟ ଠାରେ ରବିବାର ସ୍ଥାନୀୟ ସପ୍ତଦୀପା ସାହିତ୍ୟ ସଂସଦର ୧୧୧ତମ ଭ୍ରାମ୍ୟମାଣ ସାରସ୍ଵତ ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଦ୍ୱୀତିକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବି ଓ ସାହିତ୍ୟକଙ୍କ ଲେଖନୀ ସମାଜରେ ବିପ୍ଳବ ସୃଷ୍ଟି କରିପାରେ ବୋଲି କହିଥିଲେ । ଶିକ୍ଷକ ହରିହର ସିଂହବାବୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷକ ଜଳଦେବ ବେରିହା ସ୍ବାଗତ ସମ୍ଭାଷଣ ଜଣେଇଥିଲେ । ଏହି ଅବସରରେ କବି ବଳରାମ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ କବି ଯୁଧିଷ୍ଠିର ଖମାରୀ ଓ ସନ୍ତୋଷିନି ନାୟକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କିଶୋର ହୋତା , ଶ୍ୟାମଗୋପାଳ ହୋତା , ପ୍ରହଲ୍ଲାଦ ନାଏକ , ରାଧେଶ୍ୟାମ ପଣ୍ଡା , ବଳରାମ ଦାସ , ଜଳଦେଵ ବେରିହା , ସନ୍ତୋଷ ଅଦାବର , ହରିହର ସିଂହବାବୁ, ଶୁଭ୍ରାଂଶୁ ପାଢ଼ୀ , ଭଗବାନ ବାଘ , ସୁକାନ୍ତ ସାହୁ , ଯୁଧିଷ୍ଠିର ଖମାରୀ , ସନ୍ତୋଷିନି ନାୟକ ଓ ଯୁଗଳ ମିଶ୍ର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶେଷରେ ଶୁଭ୍ରାଂଶୁ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।