କେଉଟ, କୈବର୍ତ୍ତ, ଧୀବର ମାନଙ୍କୁ ଏସ୍ ସି ତାଲିକାରୁ ବାଦ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ଯ ରେ ଦାବିପତ୍ର


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ଜଟେସିଂହା ଗ୍ରାମ ପଞ୍ଚାୟତ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । କେଉଟ , କୈବର୍ତ୍ତ୍ୟ ଓ ଧିବରମାନେ ୧୯୭୯ ମସିହାରୁ ନିଜକୁ ତିୱାରୀନାମରେ ଘୋଷଣା କରି ଅସାମ୍ବିଧାନିକ ଭାବେ ଅନୁସୂଚିତ ଜାତିର ଆରକ୍ଷଣ କୁ ହାତେଇ ଆସୁଛନ୍ତି । ଏନେଇ ଡିସେମ୍ବର ୨୦୦୨ ମସିହାରୁ କେଉଟ , କୈବର୍ତ୍ତ୍ୟ ଓ ଧିବରମାନଙ୍କ ଅନଧିକାର ସଂରକ୍ଷଣ ହାତେଇ ନେଉଥିବା ଅଭିଯୋଗ ନେଇ ସଂଘ ଦୃଷ୍ଟି ଆକର୍ଷଣ କରିଆସୁଛି । ଏଣୁ ରାଜ୍ୟର ଜନସଂଖ୍ୟାର ୧୫ପ୍ରତିଶତରୁ ଅଧିକ ପ୍ରକୃତ ଅସ୍ପୃଶ୍ୟ ଅନୁସୂଚିତ ଜାତି ସଙ୍ଘ ଅସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କୁ ଏସସି ତାଲିକାରୁ ବାଦ୍ ଦେବାକୁ ଦାବୀ କରିଛି । ଏନେଇ ସୋମବାର ଜଟେସିଂଘା ପିଇଓଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ପ୍ରଦାନ ସମୟରେ ଗଣ୍ଡା ସମାଜର ପଞ୍ଚାୟତ ସଭାପତି ଧିମନ ପ୍ରଶାନ୍ତ କୁମ୍ଭାର , ସମ୍ପାଦକ କୁମରମଣି ବାଦି , ପୂର୍ଣ୍ଣଚନ୍ଦ୍ର ନାଏକ , ଲକ୍ଷେ ଘର ବିକାଶ ପରିଷଦ ସମ୍ପାଦକ ଧିମାନ ଗଦାଧର ବାଦୀ , ପ୍ରଭଞ୍ଜନ ଜଗଦଲା ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ l