Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡାରେ ସମ୍ବଲପୁରୀ ଦିନ; ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀ ଓ ସମ୍ବଲପୁରୀ କବି ସମ୍ମିଳନୀ ଅନୁଷ୍ଠିତ

ଜମନକିରା : ଆଜି ସମ୍ବଲପୁରୀ ଦିନ ପାଳନ ଉପଲକ୍ଷେ କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ରେ ଅବସର ପ୍ରାପ୍ତ ଅଧ୍ୟକ୍ଷ କବି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ସମ୍ବଲପୁରୀ ସାହିତ୍ୟର ଜନକ କୁହାଯାଉଥିବା ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟଅତିଥି, ସାଧୁ ଶିବାନନ୍ଦ ଜି ମହାରାଜ ସମ୍ମାନିତ ଅତିଥି ଓ ଝାରସୁଗୁଡ଼ା ର ସାମାଜିକ କର୍ମୀ କବି ପ୍ରେମ ସାଗର ତିହିରିଆ ମୁଖ୍ୟବକ୍ତା, ଭବାନୀପାଟଣା ର ଡାକ୍ତର ପି ଆର ମଙ୍ଗରାଜ ବିଶିଷ୍ଟବକ୍ତା ଭାବରେ ଯୋଗ ଦେଇ କବି ବହିଦାରଙ୍କ ଜୀବନୀ ସଂପର୍କରେ ଆଲୋକପାତ କରିଥିଲେ। ଏଥିସହ ସମ୍ବଲପୁରୀ ସାହିତ୍ୟର କ୍ରମବିକାଶ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପଣ୍ଡିତ ଅଲେଖ କୁମାର ପତି ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ କବି ରଜନୀ ପଟେଲ, ତୁଳସୀ ମଞ୍ଜରୀ ବହିଦାର ଓ ପ୍ରମୋଦ କର୍ଶେଲଙ୍କ ସଂଯୋଜନାରେ ଆୟୋଜିତ ସମ୍ବଲପୁରୀ କବି ସମ୍ମିଳନୀରେ ଅତିଥି ମାନଙ୍କ ସହ ବସନ୍ତ ଚୌଧରି, ଅଧ୍ୟାପକ ସତ୍ୟ ନାରାୟଣ ପଟେଲ, ସୁଧୀର ନାଏକ ପ୍ରମୁଖ ୩୧ ଜଣ କବି ଓ କବିୟତ୍ରି ସ୍ବରଚିତ ସମ୍ବଲପୁରୀ କବିତା ପାଠ କରି ଗୁରୁ ସତ୍ୟ ନାରାୟନ ବହିଦାର ଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ। ଶେଷରେ ଆଦିବାସୀ ସାମାଜିକ ସାଂସ୍କୃତିକ ପରିଷଦ କୋଷାଧ୍ୟକ୍ଷ ରଶ୍ମି ରଂଜନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ ସମଲେଶ୍ଵରୀ ନର୍ସିଂ କଲେଜର ଛାତ୍ରୀମାନଙ୍କୁ ନେଇ ଅବସର ପ୍ରାପ୍ତ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ଦାସ ଓ ରମେଶ ପ୍ରଧାନଙ୍କ ପରିଚାଳନାରେ ବୃକ୍ଷ ରୋପଣ କରାଯାଇଥିଲା।