Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଟୁରାଚୁଆଁ କନିଷ୍ଠ କଲେଜରେ ପ୍ରବେଶ ଉତ୍ସବ ସହ ସମ୍ବଲପୁରୀ ଦିବସ ପାଳନ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜରେ ଆଜି ମଙ୍ଗଳବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୱରୀଙ୍କ ସଭାପତିତ୍ବରେ କଲେଜର ପ୍ରବେଶ ଉତ୍ସବ ଓ ସମ୍ବଲପୁରୀ ଦିବସ ପାଳିତ ହୋଇଯାଇଅଛି। ପ୍ରାରମ୍ଭରେ ଉପସ୍ଥିତ ଅତିଥି ଗଣ ମାଁ ସମଲେଶ୍ବରୀ ଓ ଗୁରୁ ସତ୍ୟନାରାରଣ ବହିଦାରଙ୍କ ତୈଳଚିତ୍ର ଦୀପ ପ୍ରଜ୍ଜଳନ ସହିତ ପୁଷ୍ପମାଳ୍ୟ ଅର୍ପଣ କରିଥିଲେ। ଏଥିସହ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ଫୁଳ ଚନ୍ଦନ ଓ ସ୍ବାଗତ ସଂଗିତ ସହ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟଅତିଥୀ ଭାବରେ ଯୋଗ ଦେଇ କଲେଜ ର ଇତିହାସ ଓ ସମ୍ବଲପୁରୀ ଭାଷା ଉପରେ ଗୁରୁ ସତ୍ୟନାରାରଣ ବହିଦାରଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜର ପରିଚାଳନା ସମିତି ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର, କଲେଜ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ, ରାଜନୀତି ବିଜ୍ଞାନ ଅଧ୍ୟାପିକା ଭାବନା ପାଣ୍ଡେ, ଶିକ୍ଷା ଅଧ୍ୟାପକ ସତ୍ୟନାରାରଣ ପଟେଳ, ଓଡିଆ ଅଧ୍ୟାପକ ସୁଧୀର କୁମାର ନାଏକ, ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ପଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପ୍ରବେଶ ଉତ୍ସବର ମହତ୍ବ ସହିତ ଶିକ୍ଷାଦାନ, କଲେଜର ନିୟମ ବିଷୟରେ ମତବ୍ୟକ୍ତ କରିଥିଲେ। ଉପସ୍ଥିତ ସମସ୍ତେ ସମ୍ବଲପୁରୀ ପୋଷାକ ପରିଧାନ କରି କାର୍ଯ୍ୟକ୍ରମ ଓ ଦିବସର ମହତ୍ତ୍ଵ ବଢେଇ ଥିଲେ। ଏହି ଅବସରରେ ଡିଇଓ ସମିନ ରଞନ ନାଏକ, କିରାଣୀ ଭେଷଜ ଗରଡିଆ, ପିଅନ ଜୟଦେବ ରାଉତ, ଅସିମ କୁମାର ପରୁଆ ତଥା ଉଭୟ ଯକ୍ତ ଦୁଇ ବର୍ଷର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ପ୍ରବେଶ ଉତ୍ସବ ଅବସରରେ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ପ୍ରକୃତି ବନ୍ଦୁ ଶ୍ରୀ ନାଏକଙ୍କ ତତ୍ତ୍ବାବଧାରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ଶେଷରେ ଗ୍ରାନ୍ତଗାରିକ ଦେବାନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

More Stories