Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶରଥପୁର ଅଞ୍ଚଳରେ ବିପଦ ସଂକେତ ଉପରେ ପ୍ରବାହିତ ଜଳସ୍ତର।

ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ବୈତରଣୀରେ ଆସିଛି ପ୍ରଥମ ବନ୍ୟା । ଏଥିପାଇଁ ଯାଜପୁର ଓ ଦଶରଥପୁର ବ୍ଲକ ବିଶେଷ ଭାବେ ପ୍ରଭାବିତ ହୋଇଛି। ଯାଜପୁର ବଲ୍ଳଭି ଘାଟ ଏବଂ ଦଶରଥପୁର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବଲ୍ଳବିଘାଟରେ ବିପଦ ସଂକେତ ୧୩.୩୪ ଥିବା ବେଳେ ୧୩.୮୫ ମିଟର ପ୍ରବାହିତ ହେଉଛି ସେହିପରି ଦଶରଥପୁରରେ ବିପଦ ସଂକେତ ୯.୫୨ମି ଥିବା ବେଳେ ୧୧.୫୦ମି ରେ ପ୍ରବାହିତ ହେଉଛି ବନ୍ୟାଜଳ । ।ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ନିୟନ୍ତ୍ରଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏନଡ଼ିଆରଏଫ ଓ ଓଡ୍ରାଫ ବାହିନୀକୁ ଜିଲାର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ