Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ, ଲାଇନ ବିଭାଗର ଅଧିକାରୀଙ୍କୁ ତାଗିଦ କଲେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ

ଜମନକିରା : ଜମନକିରା ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଅଛି। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରମେଶ ହାଁସଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ombudsman ଅଧିକାରୀ ବ୍ରଜେନ୍ଦ୍ର କିଶୋର ପଣ୍ଡା, ବିଡ଼ିଓ ପ୍ରସନ୍ନ କୁମାର ପଟେଲ, ଜିଲ୍ଲା ସାମାଜିକ ସମୀକ୍ଷକ ଆରତତ୍ରାଣ ଶତପଥୀ, ଏସିଏଫ୍ ଜିତେନ୍ଦ୍ର କୁମାର ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲିନୀ ସିଂ, ଏପିଓ ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ରହି ମନରେଗା ଯୋଜନାର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଥିଲେ। ଏଥିରେ ମୋଟ ୮୨ ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ବନ ବିଭାଗର ୨୩, ଗ୍ରାମପଞ୍ଚାୟତର ୩୬, ଉଦ୍ୟାନ ବିଭାଗର ୫ ଏବଂ ଆଈଟିଡିଏ ର ୭ ଟି ପ୍ରକଳ୍ପର ସମସ୍ୟା ଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମସ୍ୟା ଯୋଗୁଁ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହାଁସଦା ଅସନ୍ତୋଷ ପ୍ରକାଶ କରି ସଂପୃକ୍ତ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ recovery ହେଉ ଯାହାକି ଆଗାମୀ ଦିନରେ ସେପରି ଭୁଲ ତାଙ୍କର ନହେବ ସେଥି ପ୍ରତି ଯତ୍ନବାନ ହେବେ ବୋଲି ତାଗିଦ କରିଥିଲେ। ଶେଷରେ ଏପିଓ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରି ସମୀକ୍ଷା ବୈଠକ କୁ ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ