Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲଗାଣ ବର୍ଷାରେ ଫାଶିମାଳ 5ଟି ସ୍କୁଲ ପ୍ରାଙ୍ଗଣ ଜଳାର୍ଣାବ

ଜମନକିରା : ରାଜ୍ୟ ସରକାର ସ୍କୁଲ ଗୁଡ଼ିକ 5t ଅଧୀନରେ ରୁପାନ୍ତିକରଣ ପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। କିନ୍ତୁ ସ୍କୁଲ ଗୁଡ଼ିକ ରୁପାନ୍ତିକାରଣ ହେଲା ପରେ ପ୍ରଶାସନ କରୁଛି ଅଣଦେଖା। ବ୍ଲକ ପ୍ରଶାସନର କର୍ତ୍ତୃପକ୍ଷ ନିମ୍ନମାନର କାମ କରି ଅର୍ଥ କୁ ବାଟମାରଣା କରିଥିବା ଅଞ୍ଚଳ ବାସୀ ଅଭିଯୋଗ କରୁଛନ୍ତି। ଏଭଳି ସମସ୍ୟା ଯୋଗୁଁ ହଜି ଯାଉଛି ସ୍କୁଲର ସୌନ୍ଦର୍ଯ୍ୟ କରଣ ଏବଂ ସ୍କୁଲର ଉତ୍ତମ ପାଠ ପଢା।ସମସ୍ୟାରେ ପଡ଼ୁଛନ୍ତି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ। ଏଭଳି ସ୍ଥିତି ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଲ ଉଚ୍ଚ ବିଦ୍ୟାଳୟର ଅବସ୍ଥା। ଏଇ ସ୍କୁଲଟି ଏକ ବର୍ଷ ପୂର୍ବରୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ରୂପାନ୍ତରିତ କରାଯାଇଥିଲା।ହେଲେ ସାମାନ୍ୟ କେଇଟା ଟଙ୍କା ଖର୍ଚ୍ଚ କରି ଯଦି ଡ୍ରେନେଜର ସୁବିଧା କରାଯାଇଥାନ୍ତା ତାହେଲେ ଏଭଳି ଅବସ୍ଥା ହେଇ ନଥାନ୍ତା। ଏବେ ଚଳିତ ବର୍ଷାରେ ସ୍କୁଲ ପରିସର ଜଳମଗ୍ନ ହୋଇ କୁତ୍ରିମ ପୋଖରୀ ରେ ପରିଣତ ହୋଇଛି। ସାମାନ୍ୟ ବର୍ଷା ହେଲେ ମଧ୍ୟ ଏଭଳି ସମସ୍ୟା ଉପୁଜେ। ଗତବର୍ଷ ମଧ୍ୟ ପ୍ରଶାସନ କୁ ଲୋକେ ଜଣାଇଥିଲେ। କିନ୍ତୁ ଫଳ କିଛି ହେଲାନି,ଯଦି ସ୍କୁଲ ପରିସର ରେ ଡ୍ରେନେଜ ର ସୁବିଧା କରାନଯାଏ ତାହେଲେ ଛାତ୍ରଛାତ୍ରୀ ରୋଗାକ୍ରାନ୍ତ ହେବା ସମ୍ଭାବନା କୁ ଏଡାଇ ଦିଆ ଯାଇନପାରେ। ସ୍କୁଲ ପାଚେରୀ ସହିତ ଅନେକ ବୃକ୍ଷ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ଆଗାମୀ ଦିନରେ ଡ୍ରେନେଜ୍ର ସୁବିଧା କରା ନଗଲେ ଅଞ୍ଚଳ ବାସୀ ରାଜରାସ୍ତାକୁ ଓହ୍ଲାଇବା ନେଇ ଲୋକେ ପ୍ରକାଶ କରିଛନ୍ତି।
ଏସଂକ୍ରାନ୍ତରେ ସ୍ଥାନୀୟ ବିଡ଼ିଓ ପ୍ରସନ୍ନ କୁମାର ପଟେଲଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଖୁବ ଶୀଘ୍ର ପ୍ରତିକାର ବ୍ୟବସ୍ଥା କରିବେ ବୋଲି କହିଥିଲେ।

More Stories