Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କୁ କୋଡିଏ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ

ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଉପର ସଜା ଗ୍ରାମରେ ନିର୍ମାଣଧୀନ କଲଭର୍ଟ ଭୂସୁଡ଼ି ପ୍ରାଣ ହରାଇଥିବା ଚାରିଜଣ ଶିଶୁ ଏବଂ ଜଣେବୟସ୍କଙ୍କ ପରିବାର ବର୍ଗଙ୍କୁ ପ୍ରତିଶୃତି ମୁତାବକ ମୁଣ୍ଡ ପିଛା ଚାରି ଲକ୍ଷ ଟଙ୍କା ହିସାବରେ ଆଜି ରାୟଗଡ଼ ଜିଲ୍ଲାପାଳଙ୍କ ଅଫିସିଆଲ ବ୍ୟାଙ୍କ ଖାତାକୁ ମୁଖ୍ୟମନ୍ତ୍ରୀ ସହାୟକ ପାଣ୍ଠିର CMRFରୁ ସମୁଦାୟ କୋଡିଏଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, BSKY ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାଶ, ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେବ ସିଂଙ୍କ ଦ୍ୱାରା ତାଙ୍କ ପାରିବାରବର୍ଗ ଙ୍କୁ ପ୍ରଦାନ କରାଗଲା।