Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚଳିତ ଲଗାଣ ବର୍ଷାରେ ବହୁ ଲୋକ ହେଲେ ବାସହୀନ

ଜମନକିରା : ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାସ ଶୂନ୍ୟ ହୋଇ ପଡିଛନ୍ତି ଜମନକିରା ବ୍ଲକ ବିଭିନ୍ନ ପଞ୍ଚାୟତର ଅଧିବାସୀ। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଥଇଥାନ କରାଯିବ ବୋଲି ବିଡ଼ିଓ ପ୍ରସନ୍ନ କୁମାର ପଟେଲ ମତ ରଖିଛନ୍ତି।
ସୂଚନା ଅନୁଯାଇ, ଜମନକିରା ବ୍ଲକ ଅଧୀନରେ ୨୧ ଗୋଟି ପଞ୍ଚାୟତ ରହିଛି। ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପ୍ରାୟ ସବୁ ଅଞ୍ଚଲରେ ଲଗାତାର ୪ଦିନ ଧରି ବର୍ଷ ବିତ୍ପାତ ଦେଖାଯାଇଛି। ଏଥିଯୋଗୁଁ ରାସ୍ତା ଘାଟ ଜଳମୟ ହୋଇଯାଇଥିବା ବେଳେ ଏଥିରୁ ଗରିବ ଲୋକ ନିସ୍ତାର ପାଇ ନାହାନ୍ତି। ଖାରସନମାଳ ପଞ୍ଚାୟତ କୁମୁକପାଲି ଗାଁର କୃପାସିନ୍ଧୁ ଭଇଁସା (୬୫) ଓ ତାଙ୍କ ସ୍ତ୍ରୀ ରହୁଥିବା ଘର ଭାଙ୍ଗି ଯାଇଥିବା ବେଳେ ସେହି ଗାଁର ଲକ୍ଷ୍ମୀ ସେଠ (୫୮) ତାଙ୍କ ଘର ମଧ୍ୟ ଭାଙ୍ଗିଛି। ତାଙ୍କର ଦୁଇ ପୁଅ ଥିବା ବେଳେ ଜଣେ ବିବାହିତ। ସେହିପରି ବଡରମା ପଞ୍ଚାୟତ ଖରମୁଣ୍ଡା ଗାଁର ଭରତ ପ୍ରଧାନ (୬୮) ଙ୍କର୍ ମଧ୍ୟ ଘର ଭାଙ୍ଗିଯାଇଛି। ଅନୁରୂପ ଭାବେ ଜମନକିରା ସଦମହକୁମା ଖାଇରଡ଼ିହି ଗାଁର ବର୍ଜ ମୁଣ୍ଡା (୬୫) ଏବଂ ତାଙ୍କ ପତ୍ନୀ ରହୁଥିବା ଘର ମଧ୍ୟ ଭାଙ୍ଗି ଯାଇଛି। ଘର ଭାଙ୍ଗିଯିବା ଦ୍ଵାରା ସେମାନେ ଏକପ୍ରକାର ବାସହୀନ ହୋଇ ଯାଇଛନ୍ତି। ପ୍ରଶାସନ ଏଦିଗରେ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି। ଏଭଳି ବ୍ଲକର ଅନେକ ସ୍ଥାନରେ ଲୋକେ ବର୍ଷାରେ ଘର ଭାଙ୍ଗି ଥିବାରୁ ନାହିଁ ନଥିବା ଦୁର୍ଦ୍ଦଶାର ଜୀବନ ବିତାଉଛନ୍ତି।

More Stories