Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୀବିକା ମିଶନ ପକ୍ଷରୁ ୩ ଦିନିଆ ପ୍ରଶିକ୍ଷଣ ଶିବିର

ଜମନକିରା : ସମ୍ବଲପୁର ଜିଲ୍ଲା ନିଲଡୁଙ୍ଗୁରି ଉଦ୍ୟାନ ଭବନ ଠାରେ ଜମନକିରା ବ୍ଲକର ୨୧ ଟି ପଞ୍ଚାୟତ ରୁ ସମସ୍ତ ୨୧ ଜଣ ଏମବିକେ ଏବଂ ୨୧ ଜଣ ସିଆରପି ଲୋକସ ଆପ ଉପରେ ପ୍ରଶିକ୍ଷଣ ନେଇଛନ୍ତି। ମୋଟ ୪୨ ଜଣ ୩ ଦିନିଆ ପ୍ରଶିକ୍ଷଣ ନେଇ ଆସନ୍ତା ଦିନରେ ଜମନକିରା ବ୍ଲକରେ ଥିବା ଅନ୍ୟ ଏମବିକେ ମାନଙ୍କୁ ପ୍ରଶିକ୍ଷିତ କରିବେ। ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟସ୍ତରୀୟ ଓଡିଶା ଜୀବିକା ମିଶନ ପକ୍ଷରୁ ତେଲେଙ୍ଗାନା ରାଜ୍ୟରୁ ଆସିଥିବା ମାଷ୍ଟର ଟ୍ରେନର ଜି. ରାନି ଏବଂ ଏମ. ମଥୁରା ଟ୍ରେନିଂ ଦେଇଥିଲେ। ଏହି ଟ୍ରେନିଂ ନେବା ପରେ ସମସ୍ତ କାର୍ଯ୍ୟ ଲୋକସ ଆପସ ମାଧ୍ୟମରେ ଅନଲାଇନ ରେ କାର୍ଯ୍ୟ ସୁଚାରୁ ରୂପେ କରିପାରିବେ ବୋଲି କହିଥିଲେ। ଏଥିରେ ସମ୍ବଲପୁର ର ଶିବ ଶଙ୍କର ସାହୁ, ଜମନକିରା ବିଏଲସି ସରୋଜ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଉଦ୍ୟାନ ଭବନର ସୁନିଲ ନାୟକ ସହଯୋଗ କରିଥିଲେ।