Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୈତରଣୀର ଜଳସ୍ତର ସାମାନ୍ୟ ହ୍ରାସ: ଟଳିନି ବିପଦ

ବୈତରଣୀର ଜଳସ୍ତର ସାମାନ୍ୟ ହ୍ରାସ ପାଉଛି, ହେଲେ ମଧ୍ୟ ଟଳିନି ବିପଦ। ଯାଜପୁରରେ ପ୍ରବାହିତ ବୈତରଣୀରେ ବନ୍ୟାଜଳ ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବୈତରଣୀ ନଦୀରେ ବନ୍ୟା ଆସିଵା ଯୋଗୁ ଏହାର ଶାଖା ବୁଢ଼ା,ଯମୁନା,କାଣି ନଦୀରେ ବନ୍ୟା ଆସିଛି। ଯାଜପୁର ବଲ୍ଲବୀଘାଟ ଓ ଦଶରଥପୁରରେ ଏବେବି ଜଳସ୍ତର ବିପଦ ସଂକେତ ଉପରେ। ତଳି ଅଞ୍ଚଳରେ ବିଭିନ୍ନ ଗ୍ରାମ ଓ ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ବ୍ୟାପକ ଅଂଚଳ ଜଳମଗ୍ନ ହୋଇଛି। ଖାଦ୍ୟ ପାନୀୟ ଲାଗି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା| ତେବେ ବନ୍ୟା ବିପନ୍ନ ମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ