Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶରଥପୁର ବ୍ଲକରେ ନୂତନ ବିଡ଼ିଓ|

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ନୂତନ ବିଡ଼ିଓ ଭାବେ ଆକାଶ ପଟ୍ଟନାୟକ ଯୋଗଦେଇଛନ୍ତି| ଏହି ପରିପ୍ରେକ୍ଷୀରେ ଦଶରଥପୁର ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ସାମ୍ବାଦିକ ଦେବେନ୍ଦ୍ର ସାମଲ, ଜୟପ୍ରକାଶ ନାୟକ, ସୀତାଂଶୁ ଶେଖର ଜେନା, ଜ୍ୟୋତିପ୍ରକାଶ ମିଶ୍ର, ପ୍ରତାପ ମଲ୍ଲିକ, ସତ୍ୟରଂଜନ ସାହୁ, ବିଜୟ ରାଉତ ଆଦି ବ୍ଲକରେ ପହଂଚି ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ଜଣାଇଛନ୍ତି| ପ୍ରକାଶ ଥାଉକି ପୂର୍ବ ବିଡ଼ିଓଙ୍କ ବଦଳି ପରେ ଶ୍ରୀଯୁକ୍ତ ପଟ୍ଟନାୟକ ଗତ କାଲିଠାରୁ ଏହି ବ୍ଲକରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ